କରୋନା କଟକଣା ପାଇଁ ବନ୍ଦ ହେଲା ନୟାଗଡ ଜିଲ୍ଲାର ଶହଶହ ବର୍ଷର ପରମ୍ପରା : କାର୍ତ୍ତିକ ପୂର୍ଣ୍ଣିମାରେ ନିରାଶ ହେଲେ ଭକ୍ତ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କରୋନା କଟକଣା ପାଇଁ ବନ୍ଦ ହେଲା ନୟାଗଡ ଜିଲ୍ଲାର ଶହଶହ ବର୍ଷର ପରମ୍ପରା : କାର୍ତ୍ତିକ ପୂର୍ଣ୍ଣିମାରେ ନିରାଶ ହେଲେ ଭକ୍ତ

Hundreds of Nayagarh district traditions closed for Corona cuts: Devotees disappointed
Spread the love
ADVERTISEMENT
ADVERTISEMENT
ADVERTISEMENT

କରୋନା କଟକଣା ପାଇଁ ବନ୍ଦ ହେଲା ନୟାଗଡ ଜିଲ୍ଲାର ଶହଶହ ବର୍ଷର ପରମ୍ପରା : କାର୍ତ୍ତିକ ପୂର୍ଣ୍ଣିମାରେ ନିରାଶ ହେଲେ ଭକ୍ତ

ଓଡଗାଁ : 19/11/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ଧର୍ମମାସ କାର୍ତ୍ତିକର ଆଜି ହେଉଛି ଶେଷ ଦିନ। ମାସ ସାରା ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳୁଥିବା ହବିଷ୍ୟାଳୀଙ୍କ ପାଇଁ ଅନ୍ତିମ ଦିନ । ଆଜି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ବ୍ରତର ଶେଷ ଦିନ ପାଳନ କରିବେ ହବିଷ୍ୟାଳି । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଫଳରେ କାର୍ତ୍ତିକ ପୂର୍ଣ୍ଣମୀରେ ଓଡ଼ିଶାରେ ସମସ୍ତ ମନ୍ଦିର ବନ୍ଦ ଅଛି |ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା । କରୋନା କଟକଣା ଥିବାରୁ କିଛି ସ୍ଥାନରେ ବୋଇତ ବନ୍ଦାଣ ମଧ୍ୟ ବନ୍ଦ ଅଛି |

ADVERTISEMENT

କାର୍ତ୍ତିକ ପୂର୍ଣ୍ଣିମାରେ ଓଡଗାଁ ଶ୍ରୀରଘୁନାଥଙ୍କ କାଞ୍ଚି ଅଭିଯାନ ବେଶ ଶହ ଶହ ବର୍ଷ ପୁରୁଣା ପରମ୍ପରା। ତେଣୁ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥାଏ । ଓଡଗାଁ ରଘୁନାଥ ମନ୍ଦିରକୁ ଦିତୀୟ ଶ୍ରୀକ୍ଷେତ୍ର ମଧ୍ୟ କୁହାଯା | କାର୍ତ୍ତିକ ପୂର୍ଣ୍ଣିମାରେ କରୋନା କଟକଣା ଯୋଗୁଁ ସରକାରଙ୍କ ପକ୍ଷରୁ 144 ଧାରା ଜାରି କରାଯାଇଛି । ପ୍ରଶାସନପକ୍ଷରୁ ଚତୁଃପାର୍ଶ୍ଵରେ ପୋଲିସ ସଜାଗ ରଖାଯାଇଛି। ଫଳରେ ଓଡଗାଁ ରଘୁନାଥ ମନ୍ଧିର କାର୍ତ୍ତୀକ ଜନଶୁନ୍ୟ ଲାଗୁଛି | ରଘୁନାଥ ପୁଜାପଣ୍ଡା କହିଛନ୍ତି ଯେ କାଞ୍ଚିଅଭିଯାନ ବେଶରେ । ବିନାଭକ୍ତରେ ଦର୍ଶନ ଦେଉଛନ୍ତି ଠାକୁର। ଭକ୍ତମାନେ ଆସି ଠାକୁରଙ୍କ ଦର୍ଶନବିନା ବାରିକେଟ ପାଖରୁ ଫେରି ଯାଉଛନ୍ତି।

ନୟାଗଡ ଜିଲ୍ଲା ଓଡଗାଁ ବ୍ଲକରେ ଅନ୍ୟ ଏକ ଶୈବପୀଠ ଶ୍ରୀଶ୍ରୀ ଦୂତୀକେଶ୍ବର ମହାଦେବଙ୍କ ମନ୍ଦିର ମଧ୍ୟ ଆଜି ବନ୍ଦ ଥିଲା | ପ୍ରତିବର୍ଷ ଏଠାରେ ଦୁଇ ଦିନ ଧରି ଯାତ୍ରା ହେଉଛି | କିନ୍ତୁ କରୋନା କଟକଣା ଯୋଗୁଁ ମନ୍ଦିର ଦ୍ୱାର ନିକଟରୁ ନିରାଶ ହୋଇ ଫେରିଯାଉଛନ୍ତି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: