ଲଗାଣ ବର୍ଷା ସାଙ୍ଗକୁ ଜଙ୍ଗଲୀ ବାର୍ହା ଉପଦ୍ରବ, ଶହ ଶହ ଏକର ଧାନ ଫସଲ ନଷ୍ଟ…. - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଲଗାଣ ବର୍ଷା ସାଙ୍ଗକୁ ଜଙ୍ଗଲୀ ବାର୍ହା ଉପଦ୍ରବ, ଶହ ଶହ ଏକର ଧାନ ଫସଲ ନଷ୍ଟ….

Hundreds of acres of paddy fields have been destroyed by wild animal and heavy rain
Spread the love
ADVERTISEMENT
ADVERTISEMENT

ଲଗାଣ ବର୍ଷା ସାଙ୍ଗକୁ ଜଙ୍ଗଲୀ ବାର୍ହା ଉପଦ୍ରବ, ଶହ ଶହ ଏକର ଧାନ ଫସଲ ନଷ୍ଟ….

ଦଶପଲ୍ଲା : – ଲଗାଣ ବର୍ଷା ସାଂଗକୁ ଜଂଗଲି ବାର୍ହା ଉପଦ୍ରବ ଯୋଗୁଁ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବ୍ୟାପକ ଅମଳକ୍ଷମ ଧାନ ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଅଛି । ରାତ୍ରର ବିଳମ୍ବିତ ପ୍ରହରରେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଂଚଳରୁ ଜଂଗଲି ବାର୍ହା ପଲ ଆସି ଅମଳକ୍ଷମ ଧାନ ଫସଲ ନଷ୍ଟ କରିବା ସଂଗେ ସଂଗେ ଦଳିମକଚି ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ବଣ ପାହାଡ ଘେରା ଟାକରା, ବୁଗୁଡା, ଦୁର୍ଗାପ୍ରଶାଦ, କୁଲୁରୁକୁମ୍ପା, ବାଣୀଗୋଛା, ଚଢେୟାପଲ୍ଲୀ, କୁଜାମେଣ୍ଢୀ ଅଂଚଳର ଶହଶହ ଏକର ଅମଳକ୍ଷମ ପାଚିଲା ଧାନ କ୍ଷେତ ବାରହାମାନେ ନଷ୍ଟ କରିଦେଇଛନ୍ତି । ଯଦି ଏହିପରି ସମସ୍ୟା ଲାଗିରହେ ତେବେ, ପରିବାର ଚଳାଇବା କାଠିକର ପାଠ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ପ୍ରତିବର୍ଷ ଏହିଭଳି ଅନେକ ସଂଖ୍ୟକ ଚାଷୀ ମାନେ ବାରହା ଉପଦ୍ରବ ଯୋଗୁଁ ହଇରାଣ ହରକତ ହେଉଥିବା ବେଳେ ବନ୍ୟପ୍ରାଣୀ ବନବିଭାଗ ଯତ୍ କିଂଚିତ କ୍ଷତିପୂରଣ ପ୍ରଦାନ କରୁଥିଲେ ମଧ୍ୟ ,ଏନେଇ ବନ ବିଭାଗ ( ଟେରିଟୋରିଆଲ୍) ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସରକାର ଏଥିପ୍ରତି ଧ୍ୟାନ ଦେବାକୁ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: