ଆମକୁ ଟିକିଏ ସାହାଯ୍ୟ କରନ୍ତୁ…. !
କଟକ : 18/06/2022(ରିପୋର୍ଟ : ଅକ୍ଷୟ କୁମାର ସିଂହ): ଆମକୁ ସାହାଯ୍ୟ କରନ୍ତୁ ସରକାର ! ମୋ ବାପାଙ୍କ ଗୋଡ଼ ଭାଙ୍ଗି ଯାଇଛି | ମାଆ ରୋଗରେ ପୀଡିତ | ଗାଁ ଲୋକମାନଙ୍କ ଠାରୁ ମାଗିକି ଚଳୁଛୁ | ଆମକୁ ଟିକିଏ ସାହାଯ୍ୟ କର | ଏଥିଲା ଦଶମ ଶ୍ରେଣୀ ଛାତ୍ରୀ ରଶ୍ମିତା ମଲ୍ଲିକଙ୍କ କୋହଭରା ନିବେଦନ |
ହଁ ଦର୍ଶକ ବନ୍ଧୁ ! ଏହି କାହାଣୀ ଦେଖିଲେ ଆଖିରୁ ଲୁହ ଝରିଯିବ | ସତରେ ଭଗବାନଙ୍କ ଦୁନିଆରେ କେତେ ଦୁଃଖ ସହୁଛନ୍ତି ଏହି ପରିବାର | ସରକାରଙ୍କ ଶହ ଶହ ଯୋଜନା ଥାଇ ବି ଏମାନେ ସେଥିରୁ ବଞ୍ଚିତ | ତେବେ ସେସବୁ ଯୋଜନା କାହା ପାଇଁ? ଆସନ୍ତୁ ଶୁଣିବା କଣ କହୁଛନ୍ତି ପରିବାର….
ଘଟଣାଟି ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମପଞ୍ଚାୟତର ଅଣସର ଗ୍ରାମର | କେଶବ ମଲ୍ଲିକ ସ୍ତ୍ରୀ ସତିଆ ମଲ୍ଲିକଙ୍କ କରୁଣ ଭାରା କାହାଣୀ | ଦିନ ଥିଲା କେଶବ ଦିନ ମଜୁରୀ କରି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କର ଲାଳନ ପାଳନ କରୁଥିଲେ | ଦୁଃଖ କଷ୍ଟେ ପରିବାର ଚଳିଯାଉଥିଲେ | ହେଲେ ଆଜକୁ 2ବର୍ଷ ତଳେ, ଦିନେ ଘର ଛପର କରୁଥିବାବେଳେ କେଶବ ତଳେ ପଡିଗଲେ | ଜୀବନ ସିନା ବଞ୍ଚିଗଲା, ହେଲେ ଗୋଡ଼ଟି ଭାଙ୍ଗିଗଲା | ସେହି ଦିନ ଠାରୁ ସେ ଆଉ କାମ ଧନ୍ଦା କରିବାକୁ ଅସମର୍ଥ ହୋଇଗଲେ | ଘୋଟି ଆସିଲା ଘରକୁ କଳା ବାଦଲ | ପୁଣି ଏଇ 3ମାସ ହେଲା ସ୍ତ୍ରୀ ସତିଆ ମଲ୍ଲିକ ରୋଗାକ୍ରାନ୍ତ | ଫଳରେ ପେଟ ଚାଖଣ୍ଡ ପାଇଁ କିଛି ଦାନା ଯୋଗାଡ଼ କରିପାରୁଛନ୍ତି, ନା ରୋଗରୁ ମୁକ୍ତିପାଇଁ କିଛି ସମ୍ବଳ ପାଉଛନ୍ତି | ଟଙ୍କାକିଆ ଚାଉଳରେ ବିତୁଛି ଜୀବନ | ସିଏ ପୁଣି ସମୁଦ୍ରକୁ ଶଙ୍ଖେ !
ତେଣୁ ସେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି, କିଛି ଆର୍ଥିକ ସାହାଯ୍ୟ ପାଇଁ | ଯେଉଁ ସହୃଦୟ ବ୍ୟକ୍ତି କେଶବଙ୍କୁ ସହଯୋଗର ହାତ ବଢାଇବା ପାଇଁ ଇଛୁକ, ସେମାନେ ଏହି ବ୍ୟାଙ୍କ ଆକାଉଣ୍ଟରେ ସହଯୋଗ ରାଶି ପଠାଇବାକୁ ଅନୁରୋଧ |
NAME :KESAB MALIK
Account no : 40810100003559
ODISHA GRAMYA BANK
IFSC NO. IOBAOROG801
More Stories
ଶିକ୍ଷାର ଉନତି ପାଇଁ ଅସୁରେଶ୍ୱର ମୋଡେଲ ହାଇସ୍କୁଲରେ ଆଜି ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ |
ପଦ୍ମ ବନ ପୀଠ ସାଜିଲା ଶ୍ରୀକ୍ଷେତ୍ର !
ଚାଳକ କହିଲେ ଗାଡ଼ି ଚଢ଼ିଗଲେ ମୋର କଣ ହୋଇଗଲା..ତାପରେ ଲୋକମାନେ କଣ କଲେ ଦେଖନ୍ତୁ….