କଟକ ଜିଲ୍ଲା ଅସୁରେଶ୍ୱର ପଞ୍ଚୟତରେ ହେଲ୍ଲଥ କାର୍ଡ ବଣ୍ଟନ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କଟକ ଜିଲ୍ଲା ଅସୁରେଶ୍ୱର ପଞ୍ଚୟତରେ ହେଲ୍ଲଥ କାର୍ଡ ବଣ୍ଟନ |

Health Card Distribution in Asureshwar Panchayat, Cuttack District
Spread the love
ADVERTISEMENT
ADVERTISEMENT

କଟକ ଜିଲ୍ଲା ଅସୁରେଶ୍ୱର ପଞ୍ଚୟତରେ ହେଲ୍ଲଥ କାର୍ଡ ବଣ୍ଟନ |

ନିଶ୍ଚିତକୋଇଲି:15/12/2021(ରିପୋର୍ଟ -ଅକ୍ଷୟ କୁମାର ସିଂହ ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ଦିକ୍ଷିତପଡା କର୍ମବୀର ଗୌରୀଶଙ୍କର ରାୟ ବିଦ୍ୟାଳୟରେ ଆଜି ବିଜୁ ସ୍ମାଟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି | ଗରିବ ଓ ଖଟିଖିଆଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ତଳିତଳନ୍ତା ହୋଉଥିବାର ଦେଖି ଓଡ଼ିଶା ସରକାର ଏ ନେଇ ଏକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେଇଛନ୍ତି। ଯାହାକି ଆଜି ଓଡିଶାର ସମସ୍ତ ବର୍ଗର ଲୋକମାନଙ୍କ ଓଠରେ ହସ ଫୁଟାଇଛି। ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦଶଲକ୍ଷ ଓ ପୁରୁଷଙ୍କ ପାଇଁ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ମାର୍ଟ ଜରିଆରେ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ଗତ 13 ତାରିଖ ଦିନ କଟକ ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମାର୍ଟ ହେଲ୍ଲଥ କାର୍ଡ ବଣ୍ଟନର ଶୁଭ ଆରମ୍ଭ କରିଥିଲେ ।

ADVERTISEMENT

ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦେଶ କ୍ରମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଦିକ୍ଷତପଡା,ଇଶାଳୋ ଗ୍ରାମର ଗରିବ ଶ୍ରେଣୀର ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍ଲଥ କାର୍ଡ ବଣ୍ଟନର ଶୁଭ ଆରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକର ବିଡ଼ିଓ କଣ୍ଣଦେବ ସମାହାର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଅସୁରେଶ୍ଵର ସରପଞ୍ଚ ମହେଶ୍ୱର ବାରିକ, ସମିତି ସଭ୍ୟ ଅନ୍ତରାମ ସିଂହ,୨୬ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ସେକ୍ ଜାହିର ମହମ୍ମଦ, କଟକ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ ବିଜୟ କୁମାର ବଳ ପଞ୍ଚାୟତର ସମସ୍ତ ଅଙ୍ଗନବାଡ଼ି କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରହି କାର୍ଡ ବଣ୍ଟିନ କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: