NK NEWS ODISHA

News agency Odisha

ଗ୍ରୀନ କ୍ରାକର ଗ୍ରୀନ ସିଗନାଲ : ଦୀପାବଳୀ ଦିନ 2ଘଣ୍ଟା ପାଇଁ ଫୁଟିବ ବାଣ |

Green Cracker Green Signal: Diwali arrows for 2 hours on Diwali.
Spread the love

ଗ୍ରୀନ କ୍ରାକର ଗ୍ରୀନ ସିଗନାଲ : ଦୀପାବଳୀ ଦିନ 2ଘଣ୍ଟା ପାଇଁ ଫୁଟିବ ବାଣ |

ଭୁବନେଶ୍ୱର: 01/10/2021(ବ୍ୟୁରୋ) : ଦୀପାବଳିରେ ବାଣ ଫୁଟିବ | ହେଲେ କେବଳ ସବୁଜ ବାଣ ହିଁ ଫୁଟାଇ ପାରିବେ ଲୋକମାନେ। ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ। କେବଳ ଦୀପାବଳି ଦିନ 2 ଘଣ୍ଟା ବାଣ ଫୁଟାଇବାପାଇଁ ଅନୁମତି ମିଳିଛି | ଦୀପାବଳୀ ଦିନ ରାତି 8ରୁ 10ଟା ମଧ୍ୟରେ ବାଣ ଫୁଟାଇ ପାରିବେ ଜନସାଧାରଣ |

ସବୁଜ ବାଣ ଫୁଟାଇବା ଲାଗି ଅଲ୍ ଓଡ଼ିଶା ଫାୟାର ଡିଲର ଆସୋସିଏସନ ଅନୁମତି ମାଗିଥିଲା। ଏନେଇ ଏସ୍ଆରସି ହାଇକୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ । ଏହାପରେ ହାଇକୋର୍ଟ ଆଜି ରାୟ ଶୁଣାଇଛନ୍ତି।

ଦୀପାବଳିରେ ବାଣ ଫୁଟିବ ନା ନାହିଁ ! ଏନେଇ ସନ୍ଦେହ ରହିଥିଲା । କରୋନା ସଂକ୍ରମଣ ଓ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ । ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ। ହାଇକୋର୍ଟ ଆବେଦନର ଶୁଣାଣି କରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବାଣଫୁଟାକୁ ନେଇ NGT ଗାଇଡଲାଇନ୍ସ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶବଳୀ ଏବଂ କୋଭିଡ୍ ପ୍ରୋଟୋକଲ ତଥା ସଂକ୍ରମଣ ସ୍ଥିତିକୁ ନଜରରେ ରଖି SRC ବିଭିନ୍ନ ପକ୍ଷ ସହ ଆଲୋଚନା ପରେ ତାଙ୍କ ନିଷ୍ପତ୍ତି ଆଜି ହାଇକୋର୍ଟଙ୍କୁ ଜଣାଇଥିଲେ।

ସବୁଜ ବାଣ ଗୁଡିକ ପରିବେଶ ଅନୁକୂଳ ଆତସବାଜି | ଏଗୁଡିକ ପାରମ୍ପାରିକ ଫାୟାରଫ୍ରାକ୍ ଦ୍ୱାରା ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିପାରେ | କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ର ଲାବୋରେଟୋରୀ ନ୍ୟାସନାଲ ପରିବେଶ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (NEERI) ଦ୍ୱାରା ଏହି ବାଣଗୁଡିକ ବିକଶିତ ହୋଇଛି | ଏଗୁଡିକର ଉତ୍ପାଦନ ଏବଂ ବିକ୍ରୟ ପାଇଁ CSIR ପ୍ରାୟ 230 କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି |

%d