ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଦଶପଲ୍ଲାର କୁଜାମେଣ୍ଢୀ ଗ୍ରାମପଂଚାୟତରେ ଅନୁଷ୍ଠିତ ହେଲା ଗ୍ରାମସଭା |
କୁଜାମେଣ୍ଢି : 02/10/2021 :(ରିପୋର୍ଟ :ପ୍ରକାଶ କୁମାର ନାୟକ ) : ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସୀମାନ୍ତ କୁଜାମେଣ୍ଢି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l
ଏହି ସଭାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସରପଞ୍ଚ କମଳ ଲୋଚନ ମଲିକ ଏବଂ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଜନସାଧାରଣଙ୍କ ସମସ୍ୟାକୁ ନିଜର ଆପ୍ରାଣ ଉଦ୍ୟମରେ ସମାଧାନ କରିଥିବା ଜଣେ ଦକ୍ଷ୍ୟ , ବିଜ୍ଞ , ବିଦ୍ୱାନ ଏବଂ ଜନସାଧାରଣ ସମ୍ପର୍କୀୟ ଅଫିସର ପଞ୍ଚାୟତ କାର୍ଯ୍ୟାଳୟରୁ ବିଦାୟ ନେଇ ଯାଉଥିବା କାର୍ଯ୍ୟ ନିର୍ବାହି ଅଧିକାରୀ ଶଙ୍କର ଚରଣ ସାହୁଙ୍କ ସହିତ ଗ୍ରାମ ରୋଜଗାର ସେବକ ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚାୟତର ସମସ୍ତ ୱାର୍ଡ଼ ମେମ୍ବର ଉପସ୍ଥିତ ଥିଲେ l
ସଭାରେ ମୁଖ୍ୟ ଅତିଥି ଭାବେ ଜିପିଟିଏ ଶ୍ରୀଯୁକ୍ତ ସୁବୋଧ ଶେଖର ମାଝୀ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ l
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …