କାମଦେଲାନି ସରକାରୀ ସ୍ୱାସ୍ଥ୍ୟ କାର୍ଡ, ଚିକିତ୍ସା ଅଭାବରୁ ହନ୍ତସନ୍ତ ହେଉଛନ୍ତି ଦୁର୍ଯ୍ୟୋଧନ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କାମଦେଲାନି ସରକାରୀ ସ୍ୱାସ୍ଥ୍ୟ କାର୍ଡ, ଚିକିତ୍ସା ଅଭାବରୁ ହନ୍ତସନ୍ତ ହେଉଛନ୍ତି ଦୁର୍ଯ୍ୟୋଧନ !

Government Health Card Didn't work, Duryodhana is being hunted due to lack of treatment!
Spread the love
ADVERTISEMENT
ADVERTISEMENT

କାମଦେଲାନି ସରକାରୀ ସ୍ୱାସ୍ଥ୍ୟ କାର୍ଡ, ଚିକିତ୍ସା ଅଭାବରୁ ହନ୍ତସନ୍ତ ହେଉଛନ୍ତି ଦୁର୍ଯ୍ୟୋଧନ !

ADVERTISEMENT

ନିଶ୍ଚିନ୍ତକୋଇଲି : 14/11/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ) : କାମଦେଲାନି ସରକାରୀ ସ୍ୱାସ୍ଥ୍ୟ କାର୍ଡ, ଚିକିତ୍ସା ଅଭାବରୁ ହନ୍ତସନ୍ତ ହେଲେ ଦୁର୍ଯ୍ୟୋଧନ ! ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଞ୍ଚାୟତ ସାମଲ ସାହିରେ ଥିବା ଦୁର୍ଯ୍ୟୋଧନ ସାମଲଙ୍କ ପରିବାରରେ | ଦୁର୍ଯ୍ୟୋଧନଙ୍କ ପରିବାର କହିଲେ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସାମଲ ,12ବର୍ଷର ପୁଅ ଆଶିଷ କୁମାର ସାମଲ , ଓ 18 ବର୍ଷ ର ଝିଅ ଲିଜାରାଣୀ ସାମଲ |ପୁଅ ଆଶିଷ କୁମାର 7ମ ଶ୍ରେଣୀରେ ପଢୁଥିବାବେଳେ ଝିଅ ଲିଜାରାଣୀ +2 ରେ ପଢୁଛନ୍ତ୍ରି | ଦୁର୍ଯ୍ୟୋଧନ ପ୍ରେତେକ ଦିନ ମଜୁରୀ କାର୍ଯ୍ୟ କରନ୍ତି | ସ୍ୱଳ୍ପ ଆୟରେ ଦୁର୍ଯ୍ୟୋଧନଙ୍କ ତେଲଲୁଣର ସଂସାର ଚଳି ଆସୁଥିଲା | ଗତ 2ବର୍ଷ ହୋଇଯିବ ମହାମାରୀ କରୋନାର ଲକଡାଉନ ଶର୍ଟଡାଉନରେ ଦୁର୍ଯ୍ୟୋଧନଙ୍କୁ ପରିବାର ପ୍ରତିପୋଷଣ କରିବାରେ ବହୁ କଷ୍ଟକର ହୋଇପଡ଼ିଛି |

ହେଲେ ଏତିକିରେ ସରି ନଥିଲା ଦୁର୍ଯ୍ୟୋଧନଙ୍କ ଦୁଃଖର କାହାଣୀ !ବୋଝ ଉୟପରେ ନଳିତା ବିଡ଼ା ପରି ଦୁର୍ଯ୍ୟୋଧନଙ୍କୁ ଆକ୍ରାନ୍ତ କରିନେଇଥିଲା କର୍କଟ ରୋଗ | ସେ କର୍କଟ ରୋଗରେ ପଡିବାପରେ ଆଚାର୍ଯ୍ୟା ହରିହର ମେଡିକାଲରେ ଚିକିତ୍ସା କରାଇଥିଲେ | ହେଲେ ଆଚାର୍ଯ୍ୟର କଥା ତାଙ୍କ ପାଖରେ ରେସନକାର୍ଡ ,ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ତାଙ୍କୁ ଏସବୁର କୌଣସି ସହଯୋଗ ମିଳି ପାରିନଥିଲା | ଦୁର୍ଯ୍ୟୋଧନ ନିଜର ସମସ୍ତ ସଂଚିତ ପୁଞ୍ଜି ଖର୍ଚ୍ଚ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି |

ଏବେ ଦୁର୍ଯ୍ୟୋଧନଙ୍କ ପରିବାରରେ ଓଳିଏ ଖାଇଲେ ଓଳିଏ ଉପାସ | ଦୁଇଟି ପିଲାଙ୍କୁ କିପରି ପାଠ ପଢାଇ ମଣିଷ କରିବେ ଏହି ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି | ଏନେଇ ଆମ ପ୍ରତିନିଧି ସ୍ଥାନୀୟ ସରପଂଚଙ୍କୁ ଭେଟିଥିଲେ | ହେଲେ ସରପଞ୍ଚ ଆଗକୁ ନିର୍ବାଚନ ଅଛି ମୁଁ କିଛିବି ପ୍ରତିକ୍ରିୟା ଦେବିନାହିଁ ବୋଲି ସିଧା ସିଧା ମନାକରିଦେଇଛନ୍ତି | ତେବେ ସରକାରଙ୍କ ଏତେ ସବୁ ଯୋଜନା ଲୋକମାନଙ୍କ ପାଖରେ କିଭଳି କାର୍ଯ୍ୟକାରି ହେଉଛି ନା ଫାଇଲ ଭିତରେ ଚାପି ହୋଇ ରହୁଛି, ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି | ଅପରପକ୍ଷେ ଯଦି କୌଣସି ସରକାରୀ, ବେସରକାରୀ କିମ୍ୱା କୌଣସି ବ୍ୟଦାନ୍ୟ ବ୍ୟକ୍ତି ଦୁର୍ଯ୍ୟୋଧନଙ୍କୁ ସହାୟତାର ହାତ ବଢ଼ାନ୍ତି, ହୁଏତ ଦୁର୍ଯ୍ୟୋଧନଙ୍କ ପରିବାର ପୁନର୍ବାର ପୂର୍ବ ପରି ହସି ଉଠନ୍ତା |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: