NK NEWS ODISHA

News agency Odisha

ଭଣ୍ଡ ବାବାଙ୍କ କାରନାମା ଦିନ ଦ୍ବିପ୍ରହରରେ ମହିଳାଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

Gold jewelery worth millions of rupees was stolen from a woman at noon on the day.
Spread the love

ଭଣ୍ଡ ବାବାଙ୍କ କାରନାମା ଦିନ ଦ୍ବିପ୍ରହରରେ ମହିଳାଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ବାଲେଶ୍ୱର : 24/11/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ବାଲେଶ୍ୱର ଜିଲ୍ଲା ବଡବଜାର ଛକଠାରେ ବାବା ବେଶରେ ଆସି ଦୁଇଜଣ ଲୁଟେରା ମହିଳାଙ୍କ ପାଖରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡବଜାର ଛକ ନିକଟରେ ଏଭଳି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ବାବା ବେଶରେ ଆସି ଜଳେଶ୍ବର ବଡବଜାର ଟାଉନ ହାଇସ୍କୁଲ ସାମ୍ନାରେ ଜଣେ ମହିଳାଙ୍କ ହସ୍ତରେଖା ଦେଖିଥିଲେ । ଭବିଷ୍ଯତ କହିବା ବାହାନାରେ ପିନ୍ଧିଥିବା ସମସ୍ତ ସୂନା ଗହଣା ଖୋଲି ବ୍ଯାଗରେ ରଖିବାକୁ କହିଥିଲେ । ସେମାନଙ୍କ କଥାରେ ପଡି ମହିଳା ଜଣଙ୍କ ସୂନା ଗହଣା ଖୋଲି ବ୍ଯାଗରେ ରଖିଥିଲେ । ଏହାର ସୂଯୋଗ ନେଇ ଯୁବକ ଦୁଇଜଣ ମହିଳାଙ୍କ ସମସ୍ତ ସୁନା ଗହଣା ଓ ନଗଦ ଟଙ୍କା ନେଇ ବାଇକ୍ ରେ ଫେରାର ହୋଇଯାଇଥିଲେ । ତେବେ ମହିଳାଙ୍କ କାନ ଫୁଲ, ହାତ ବଳା, ଚେନ୍ ଏବଂ ବିଭିନ୍ନ ଅଳଙ୍କାରକୁ ମିଶାଇ ପ୍ରାୟ ଅଡେଇ ଲକ୍ଷରୁ ଅଧିକ ଟଙ୍କାର ଗହଣା ଏବଂ ପର୍ସରେ ଥିବା ନଗଦ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ ବୋଲି ଜଣା ପଡିଛି । ଜଳେଶ୍ୱର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି।

%d