ଗଣିଆ ପଞ୍ଚାୟତ ସମିତିରେ ସାଧାରଣ ବୈଠକ : ଅଧିକାରୀଙ୍କ ଉପରେ ଅସନ୍ତୁଷ୍ଟ ପଞ୍ଚାୟତ ଜନ ପ୍ରତିନିଧି |
ଗଣିଆ : 13/08/2022(ରିପୋର୍ଟ : ମାନସ ରଞ୍ଜନ ଦାଶ): ନୟାଗଡ଼ ଜିଲ୍ଲା ଗଣିଆ ପଞ୍ଚାୟତସମିତି ସଭାଗୃହରେ କୋଭିଡ କଟକଣାରେ ଶୁକ୍ରବାର ପୂର୍ବାହ୍ନରେ ପଞ୍ଚାୟତସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଉପାଧ୍ୟକ୍ଷା ଶାନ୍ତିଲତା ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର ,ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ,ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ ,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ ,କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ବଳରାମ ମହାନ୍ତି ମଞ୍ଚରେ ଉପସ୍ଥିତ ଥିଲେ ।
ପ୍ରଥମେ ସାମାଜିକ ସୁରକ୍ଷା କର୍ମୀ ପ୍ରଣବ ନାୟକଙ୍କୁ ପୂର୍ବ ବୈଠକର ଆଲୋଚନାକୁ ପାଠ କରିବା ପାଇଁ ବିଡ଼ିଓ କହିଥିଲେ । ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ ବ୍ଲକ୍ରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ସେମାନଙ୍କ ସହଯୋଗ ଓ ଭାଗିଦାରିତା ରହିଲେ ବ୍ଲକର ସମସ୍ତ ଉନ୍ନୟନ କାମ ସଫଳ ରୂପାୟନ ହୋଇପାରିବ ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ବେହେରା ମତବ୍ୟକ୍ତ କରିଥିଲେ।
ପରେ କରଡ଼ାପଡା ସମିତିସଭ୍ୟ ନରେଶ ପ୍ରଧାନ ବ୍ଲକରେ ହେଉଥିବା ଅନିୟମିତତା ସମ୍ପର୍କରେ ବିଧାୟକଙ୍କଠାରେ ଅଭିଯୋଗ କରିଥିଲେ । ସେମାନେ ଦେଉଥିବା ପ୍ରସ୍ଥାବ ଉପରେ ବ୍ଲକ୍ ପ୍ରସାଶନ ଓ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ନଦେଇ ନିଜ ମନମୁତାବକ ବ୍ଲକ୍ର ସମସ୍ତ ଯୋଜନା ପ୍ରସ୍ତୁତ କରିବା ସହ ପଞ୍ଚାୟତ ପ୍ରତିନିଧିମାନଙ୍କ ସହମତି ନନେଇ କାଯ୍ୟ କରୁଥିବା ଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା ।
ସମସ୍ତ ଅଧିକାରୀମାନେ ଆଗାମୀ ବୈଠକରେ ଖସଡ଼ା ପ୍ରସ୍ତୁତକରି ଆଣିବାପାଇଁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । 8ଟି ପଞ୍ଚାୟତରୁ ସମିତି ସଭ୍ୟାସଭ୍ୟ ଓ ସରପଞ୍ଚଙ୍କ ସମେତ ବ୍ଲକର ଶିକ୍ଷା , ସ୍ୱାସ୍ଥ୍ୟ , ବନବିଭାଗ , କୃଷି ,ଉଦ୍ୟାନ ଓ ବିଦ୍ୟୁତ ବିଭାଗ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଧିକାରୀମାନେ ଯୋଗଦେଇଥିଲେ ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …