ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ବିଶୋଇଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ |
ନୟାଗଡ଼: 15/07/2021(ବ୍ୟୁରୋ ):ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ମଝିଆଖଣ୍ଡ ଗାଁ’ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଇଶ୍ୱର ବିଶୋଇଙ୍କର ଆଜି ସକାଳ 8.30 ମି. ସମୟରେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ପ୍ରକାଶ ଯେ ବିଶୋଇ ଗତ କିଛି ଦିନ ହେବ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ବିଶୋଇ 1943 ରେ ଆଜାଦ ହିନ୍ଦ ଫୌଜରେ ଯୋଗ ଦେଇଥିଲେ | 1945ମସିହା ମେ 6ତାରିଖରେ ତାଙ୍କୁ ବନ୍ଦୀ କରି ଇଂରେଜ ସରକାର ରେଙ୍ଗୁନ ଜେଲରେ ରଖିଥିଲେ | ଏବଂ ପରେ ତାଙ୍କୁ ରେଙ୍ଗୁନ ସେଣ୍ଟ୍ରାଲ ଜେଲରେ 11ମାସ ବନ୍ଦୀ ଭାବେ ରଖିଥିଲେ | ସେ ଏହି ଜେଲରୁ 1946ମସିହା ଏପ୍ରିଲ ମାସ 27ତାରିଖରେ ମୁକ୍ତି ପାଇଥିଲେ | 1015 ଓ 2018 ମସିହାରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ନାନିତ ହୋଇଛନ୍ତି | ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅପୂରଣୀୟ ଅବଦାନ ପାଇଁ 2018 ରେ ତାଙ୍କୁ ‘ରାଷ୍ଟ୍ରପତି ସମ୍ମାନ’ ପ୍ରଦାନ କରାଯାଇଥିଲା।
ବିଶୋଇଙ୍କ ଦେହାନ୍ତରେ ନୟାଗଡ଼ ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲପାଳ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଆଶା କରୁଛୁ ତାଙ୍କ ଜୀବନ ଆମ ଉପରେ ଏକ ଚିହ୍ନ ଛାଡି ଯାଇଛି ଏବଂ ତାଙ୍କର ସଂଘର୍ଷ ଆମର ପ୍ରେରଣା ହେବ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଭବାନୀପାଟଣା ଠାରେ କିସ୍ ଦ୍ୱାରା ପ୍ରତିଷ୍ଠିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ |
ଏଣିକି SHG ସଦସ୍ୟମାନେ ବିଦ୍ୟାଳୟକୁ ଯୋଗାଇବେ ସ୍କୁଲ ୟୁନିଫର୍ମ