ଭଦ୍ରକ ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଭଦ୍ରକ ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

Spread the love
ADVERTISEMENT
ADVERTISEMENT

ଭଦ୍ରକ ଫ୍ରେଣ୍ଡସ୍ ଗ୍ରୁପ୍ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳିତ

ଭଦ୍ରକ : (ରିପୋର୍ଟ : ସମୀର ମହାନ୍ତି): ମାନବ ସେବା ହିଁ ଭଗବାନ ଙ୍କ ସେବା।ଆଜିର ଯୁବ ପିଢ଼ି ଜୀବନ ପଥ ରେ ମତିଭ୍ରଷ୍ଟ ହେଉଥିବା ବେଳେ କେତେକ ସମାଜ ସେବୀ ଯୁବକ ଙ୍କ ପାଇଁ ଆମ ଧରାପୃଷ୍ଠ ମଧୁର ହୋଇଉଠୁଛି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଦ୍ରକ ର ପ୍ରେଣ୍ଡସ୍ ଗ୍ରୁପ। ଦୁଖୀ ଙ୍କ ଦୁଃଖ ଦେଖି ସହିପାରୁନଥିବା ଏହି ଯୁବକ ସଂଘ ଙ୍କ କାର୍ଯ୍ୟ ଅତି ଅଦରଯୋଗ୍ୟ। ଆଜି ଭଦ୍ରକ ରେ ପୁଣିଥରେ ପ୍ରଶଂସନୀୟ କାର୍ଯ୍ୟ କରି ଭଦ୍ରକ ବାସୀ ପାଇଁ ସାଜିଛନ୍ତି ଉଦାହରଣ।
ଆଜି ୭୨ ତମ ବନ ମହୋତ୍ସବ କରି ପ୍ରକୃତି ଓ ମାନବ ଜାତି କୁ ଦେଇଛନ୍ତି ବଡ଼ ପୁରସ୍କାର।ଏହି ବନ ମହୋତ୍ସବ ସପ୍ତାହ ଧରି ପାଳିତ ହୋଇଆସୁଅଛି । ବିଭିନ୍ନ ସ୍ଥାନମାନଙ୍କର ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଚରମ୍ପା ବରାଳପୋଖରୀ ଗ୍ରାମରେ ଥିବା ବିଦ୍ୟାଳୟ, ରାସ୍ତାକଡ, ଅମୃତ ପାର୍କ ଏବଂ ମନ୍ଦିର ପରିସରମାନଙ୍କରେ ଏହି ବୃକ୍ଷରୋପଣ କରାଯାଇଥିଲା । ଗଛ ଲଗାଯିବା ପରେ ଏହି ଗଛ ଗୁଡିକର କିପରି ଯତ୍ନ ନିଆଯାଇପାରିବ, ତାହାକୁ ନେଇ ସ୍ଥାନୀୟ ଲୋକ ମାନଙ୍କୁ ସଚେତନ କରାଇଥିଲା । ଫ୍ରେଣ୍ଡସ୍ ଗ୍ରୁପ୍‌ର ସଭାପତି ଯୁବ ସମାଜସେବୀ ରଶ୍ମିରଂଜନ ସାହୁଙ୍କ ନେତୃତ୍ୱରେ ମନୋଜ ରାଉଳ, ଚନ୍ଦନ ନାୟକ, ଜଗନ୍ନାଥ ମଳିକ, ସରୋଜ ବାରିକ, ରାହୁଲ ମଲ୍ଲିକ, ଆଶିଷ ସେଠୀ, ନଣ୍ଡା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଭବିଷ୍ୟତ ରେ ଏହିପରି ସମାଜ ର ହିତ କାର୍ଯ୍ୟ ରେ ନିଜକୁ ସମର୍ପିତ କରିବେ ବୋଲି ସଭାପତି ରଶ୍ମିରଞ୍ଜନ କହିବା ସହ କିପରି ପରିବେଶ ର ସୁରକ୍ଷା କରାଯିବ ସେ ବିଷୟରେ ବାର୍ତା ଦେଇଥିଲେ।

ADVERTISEMENT

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: