ଦଶପଲ୍ଲା କୁଜାମେଣ୍ଢୀ ଗ୍ରାମରେ ଅଗ୍ନିକାଣ୍ଡ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଦଶପଲ୍ଲା କୁଜାମେଣ୍ଢୀ ଗ୍ରାମରେ ଅଗ୍ନିକାଣ୍ଡ !

Fire in Dashpalla Kujamendi village!
Spread the love
ADVERTISEMENT
ADVERTISEMENT

ଦଶପଲ୍ଲା କୁଜାମେଣ୍ଢୀ ଗ୍ରାମରେ ଅଗ୍ନିକାଣ୍ଡ !

ଦଶପଲ୍ଲା :21/12/2021(ରିପୋର୍ଟ :ପ୍ରକାଶ କୁମାର ନାୟକ) ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସୀମାନ୍ତ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ କୁଜାମେଣ୍ଢି ଗ୍ରାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି, ଏହି ଅଗ୍ନିକାଣ୍ଡ ଘଟଣାରେ ତିନି ପରିବାର ଙ୍କ ବହୁ ମୂଲ୍ୟବାନ ଜିନିଷ ଓ ସମସ୍ତ ଗଛିତ ଖାଦ୍ୟ, ଅତ୍ୟାବଶକୀୟ କିଛି ସାମଗ୍ରୀ ସହିତ ଲୁଗାପଟା ପୋଡ଼ିଯାଇଛି l ସୂଚନାନୁସାରେ ରାତ୍ର ଆଠ ଘଣ୍ଟିକା ସମୟରେ ଏହି ଘଟଣା ଘଟିଥିଲା l ଯଦିଓ ଅଗ୍ନିକାଣ୍ଡ ର ପକୃତ କାରଣ ଅସ୍ପଷ୍ଟ , ତେବେ ରୋଷେଇ ଘର ଚୁଲାରୁ ନିଆଁ ଉପରକୁ ଉଠି ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉ ଛି l ଘଟଣାର କିଛି ସମୟ ଭିତରେ ଗ୍ରାମର ଶତାଧିକ ଲୋକ ନିଆଁକୁ ଆୟତ କରିବା ସହିତ ଅଗ୍ନିଶମ ବିଭାଗ କୁ ତୁରନ୍ତ ଯୋଗାଯୋଗ କରି ଦମକଳ ସହାର୍ଯ୍ୟରେ ନିଆଁକୁ ଲିଭେଇଥିଲେl

ADVERTISEMENT

ଅଚ୍ୟୁତ ନାଏକ ଏବଂଘର ପୋଡ଼ିଯାଇଥିବା ଅନ୍ୟ ପରିବାର ଦୈନନ୍ଦିନ ଜୀବନରେ ମଜୁରୀ କାମ କରି ପରିବାର ଚଳାଉଥିବା ବେଳେ ଏଭଳି ପରିସ୍ଥିତିରେ ସେମାନ ଙ୍କ ପରିବାର କେଉଁଭଳି ଚଳିବେ, ସେମାନଙ୍କ ଦୁଃଖ ନ କହିବା ଭଲ l ରୋଜଗାର କରି ରଖିଥିବା ସମସ୍ତ ଗଛିତ ଖାଦ୍ୟ ଅତ୍ୟାବଶକୀୟ ସାମଗ୍ରୀ ସେ ସବୁ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି l ଏହି କିଛି ଦିନ ହେବ ଥଣ୍ଡାର ଏଭଳି ପ୍ରକୋପ ବୃଦ୍ଧି ପାଇଛି ଯେ ସମସ୍ତ ଲୋକ ଘରୁ ବାହାରିବାକୁ କଷ୍ଟ ହେଉଥିବାବେଳେ ଏଭଳି ପରିସ୍ଥିତିରେ ଅଚ୍ୟୁତ ନାଏକ ଏବଂ ଅଗ୍ନିକାଣ୍ଡ ଘଟିଥିବା ପରିବାର କେମିତି ସେହି ପୋଡ଼ିଯାଇଥିବା ଘରେ ଚଳିବେ, ତାହା ସାଧାରଣରେ ଆଲୋଚନା ହେଉଛି , ତେଣୁ ପ୍ରଶାସନ ସେହି ପରିବାର ମାନଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗେଇ ଦେବା ସହିତ ପରିବାର ଚଳିବା ପାଇଁ କିଛି ସହାୟତା ର ବନ୍ଦୋବସ୍ତ କଲେ ସେହି ପରିବାର ମାନଙ୍କ ଦୁଃଖ ଦୂର ହେବ ବୋଲି ଜନସାଧାରଣରେ ଦାବି ହେଉଛି l

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: