50 ବର୍ଷ ପରେ କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟ ରଚିଲା ନୂତନ ରେକର୍ଡ, ହାଇସ୍କୁଲ ଅଫଲାଇନ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଗୌରବ ଆଣିଲେ ସାଇଶ୍ରୀ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

50 ବର୍ଷ ପରେ କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟ ରଚିଲା ନୂତନ ରେକର୍ଡ, ହାଇସ୍କୁଲ ଅଫଲାଇନ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଗୌରବ ଆଣିଲେ ସାଇଶ୍ରୀ !

Spread the love
ADVERTISEMENT
ADVERTISEMENT

50 ବର୍ଷ ପରେ କୁମ୍ଭାରପଡ଼ା ଉଚ୍ଚ ବିଦ୍ୟାଳୟ ରଚିଲା ନୂତନ ରେକର୍ଡ, ହାଇସ୍କୁଲ ଅଫଲାଇନ ପରୀକ୍ଷାରେ 92 ପ୍ରତିଶତ ମାର୍କ ରଖି ଗୌରବ ଆଣିଲେ ସାଇଶ୍ରୀ !

ଗଣିଆ : 26/08/2021(ରିପୋର୍ଟ : ମାନସ ରଞ୍ଜନ ଦାସ): କରୋନା ମହାମାରୀ ବିଶ୍ୱବାସୀଙ୍କ ଆଖିରୁ ଶୁଖାଇ ସାରିଲଣି ଲୋତକ | ଏପରିକି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଅନ୍ତଃର୍ନିହିତ ପ୍ରତିଭାକୁ କରୁଛି ଧୂଳିସାତ | ଅନ୍ୟପଟରେ ଦେଖିବାକୁ ଗଲେ 2020-21 ଶିକ୍ଷାବର୍ଷ ମାଟ୍ରିକ ପରୀକ୍ଷାକୁ ସରକାର ବନ୍ଦ କରି ଏକ ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ କରାଇ ଥିଲେ ମୂଲ୍ୟାଙ୍କନ | କିନ୍ତୁ ବିଭିନ୍ନ ପ୍ରକାର ସମାଲୋଚନାର ଶିକାର ହେବା ପରେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଅଫଲାଇନ ପରୀକ୍ଷା ବ୍ୟବସ୍ଥା ମଧ୍ୟ କଲେ ସରକାର | ଏହାର ଫାଇଦା ଉଠାଇଲେ ସାଇଶ୍ରୀ | ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କୁମ୍ଭାରପଡ଼ା ଗ୍ରାମର ମଧ୍ୟବିତ୍ତ ପରିବାରର ଝିଅ ସାଇଶ୍ରୀ | ବାପା ଓ ମାଆଙ୍କର ସ୍ବପ୍ନ ଥିଲା ତାଙ୍କ ଝିଅ ନବେ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହେବ | ଅନଲାଇନ ରେଜଲ୍ଟ ପରେ ମା ତାଙ୍କର ଟିକେ ମନ ଦୁଃଖ କରିଥିଲେ | କିନ୍ତୁ ଅଫଲାଇନ ପରୀକ୍ଷାରେ ସାଇଶ୍ରୀ ହାସଲ କରିଛନ୍ତି 92 ପ୍ରତିଶତ ମାର୍କ | ଏହା କୁମ୍ଭାରପଡ଼ା ହାଇସ୍କୁଲର ଦୀର୍ଘ 50 ବର୍ଷ ମଧ୍ୟରେ ଏକ ନୂତନ ରେକର୍ଡ ବୋଲି ପ୍ରଧାନ ଶିକ୍ଷୟତ୍ରୀ ମତବ୍ୟକ୍ତ କରିଥିବା ବେଳେ ସାଇଶ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |

ଏହି କୃତିତ୍ୱ ପାଇଁ ସାଇଶ୍ରୀଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ | ବିଦ୍ୟାର୍ଥୀ ଶିକ୍ଷାନିକେତନର ଅଧ୍ୟକ୍ଷ ସାଇଶ୍ରୀଙ୍କୁ ଶୁଭଆଶୀର୍ବାଦ ପ୍ରଦାନ କରିବା ସହିତ ଅନୁଷ୍ଠାନ ତରଫରୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜନ କରିବାର ସୂଚନା ପ୍ରଦାନ କରିଛନ୍ତି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: