ବେପାରୀ ମାଲେମାଲ୍, ଚାଷୀ ବେହାଲ୍ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବେପାରୀ ମାଲେମାଲ୍, ଚାଷୀ ବେହାଲ୍

Farmers who have been waiting for the government to sell their rice have been disappointed.
Spread the love
ADVERTISEMENT
ADVERTISEMENT

ବେପାରୀ ମାଲେମାଲ୍, ଚାଷୀ ବେହାଲ୍

ଦଶପଲ୍ଲା : 27/12/2021(ରିପୋର୍ଟ: ରତ୍ନାକର ହୋତା): ସରକାର ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ କିଣିବାର ବ୍ୟବସ୍ଥା କରିଥିଲେ ସୁଦ୍ଧା ଦଶପଲ୍ଲା ବ୍ଲକରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲା ଯାଇନଥିବା ଦେଖିବାକୁ ମିଳିଛି । ଫଳରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ଚାଷୀମାନେ ଶେଷରେ ନିରାଶ ହୋଇଛନ୍ତି । ବାଧ୍ୟହୋଇ ସେମାନେ ଶାଗମାଛ ଦରରେ ଦଲାଲଙ୍କୁ ଧାନ ବିକ୍ରି କରୁଛନ୍ତି । ଦଲାଲମାନେ ଏଜେଣ୍ଟଙ୍କ ମାଧ୍ୟମରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ଟ୍ରକ ଓ ଟ୍ରାକ୍ଟର ଯୋଗେ ଅନ୍ୟରାଜ୍ୟକୁ ଚାଲାଣ କରୁଛନ୍ତି । ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବାରୁ ଦଶପଲ୍ଲା ବ୍ଲକର ଚାଷୀମାନେ ଅଧିକ ଅମଳ କରିବା ପାଇଁ ଆଶା ବାନ୍ଧିଥିଲେ । ତେବେ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଚାଷ ଜମିରେ ଯାହା ବଳକା ଧାନ ଫସଲ ରହିଥିଲା ତାକୁ ଅମଳ କରି ସରକାରୀ ମଣ୍ଡିରେ ବିକ୍ରି ପାଇଁ ଚାଷୀମାନେ ଅପେକ୍ଷା କରିଥିଲେ । ତେବେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ନିରାଶ ହୋଇଛନ୍ତି ।

ADVERTISEMENT

ଅନ୍ୟ ଉପାୟ ନପାଇ ଚାଷୀମାନେ ଏଜେଣ୍ଟ ମାଧ୍ୟମରେ ଦଲାଲଙ୍କୁ କମ ମୂଲ୍ୟରେ ଧାନ ବିକ୍ରି କରୁଛନ୍ତି । ଫଳରେ ଟଙ୍କା ପାଇଁ ସେମାନେ ଦଲାଲଙ୍କ ପାଖକୁ ବାରମ୍ବାର ଦୌଡ଼ିବା ସହ ଶୋଷଣର ଶିକାର ହେଉଛନ୍ତି । ଅପରପକ୍ଷେ ଚାଷୀମାନେ ଋଣ କରି ଚାଷ କରୁଥିବାରୁ ଋଣମୁକ୍ତ ହେବା ପାଇଁ ଶୀଘ୍ର ଧାନ ବିକ୍ରି କରିବାକୁ ଚାହୁଁଛନ୍ତି । ଯାହାର ଫାଇଦା ନେଉଛନ୍ତି କିଛି ଦଲାଲ । ସେପଟେ ଦୈନିକ ରାଜପଥ କଡ଼ରେ ଟନ୍ ଟନ୍ ଧାନ ଟ୍ରକ୍‌ରେ ବୋଝେଇ ହୋଇ ଚାଲାଣ ହେଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ,ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ମଣ୍ଡି ଖୋଲିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: