Family suicide threatens in front of block office due to lack housing

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଆବାସ ଯୋଜନାରେ ଘର ନମିଳିବାରୁ ବ୍ଲକ କାର୍ଯ୍ୟାଳୟ ଆଗରେ ପରିବାରର ଆତ୍ମହୁତି ଧମକ !

Family suicide threatens in front of block office due to lack housing
Spread the love
ADVERTISEMENT
ADVERTISEMENT

ଆବାସ ଯୋଜନାରେ ଘର ନମିଳିବାରୁ ବ୍ଲକ କାର୍ଯ୍ୟାଳୟ ଆଗରେ ପରିବାରର ଆତ୍ମହୁତି ଧମକ !

କଟକ : 10/01/2022(ରିପୋର୍ଟ : ଅକ୍ଷୟ କୁମାର ସିଂହ): ଆବାସ ଯୋଜନାରେ କିସ୍ତି ନ ପାଇବାରୁ ଦୀର୍ଘ ବର୍ଷ ଅପେକ୍ଷା କରିବା ପରେ ଶେଷରେ ସାଙ୍ଗରେ କୁନି କୁନି ପିଲାଙ୍କ ସହ କିରୋସିନି ଜାର ଧରି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ପାଇଁ ବସିଲେ ଗୋଟିଏ ପରିବାରର 5 ଜଣ ସଦସ୍ୟ।

ADVERTISEMENT

ଘଟଣାଟି ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟଳୟରେ। ଏହି ବ୍ଲକର ଓରତି ପଞ୍ଚାୟତର କୃଷ୍ନଦାସପୁର ଗାଁ’ର ନିର ମଳିକ ନିଜ ପୁଅ ବୋହୂ ଓ ଦୁଇ ନାବାଳକ ନାତିଙ୍କୁ ଧରି କିରାସିନି ଜାର ସହ ବ୍ଲକ ବିଡ଼ିଓଙ୍କ କାର୍ଯ୍ୟଳୟ ସାମ୍ନାରେ ଆତ୍ମାହୁତି ଧମକ ଦେଇ ବସିଥିଲେ। ଅଭିଯୋଗ ଅନୁଯାୟୀ 2005/2006 ମସିହାରେ ତାଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘରର କାର୍ଯ୍ୟାଦେଶ ମିଳିଥିଲା ଏବଂ ପ୍ରଥମ କିସ୍ତି ମଧ୍ୟ ମିଳିଥିଲା ତେବେ ପରେ ପରେ ସେ ଘର ଡ଼ିପିସି ପର୍ଯ୍ୟନ୍ତ କରିଥିଲେ | ହେଲେ ଆଜିଯାଏ ଅନ୍ୟ କିସ୍ତି ପାଇନାହାନ୍ତି। ଅନେକ ଥର ଗାଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ନେତାଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ନଶୁଣିବାରୁ ସେ ତାଙ୍କ ପରିବାର ଧରି ଶେଷରେ ଘର ତିଆରି ପଇସା ନମିଳିଲେ ଆତ୍ମାହୁତି ନିଷ୍ପତ୍ତି ନେଲେ ବୋଲି କହିଛନ୍ତି।

ଅନ୍ୟପଟେ ବିଡ଼ିଓ ଆସି ସମ୍ପୃକ୍ତ ପରିବାର ସହ ଆଲୋଚନା କରି ଏହାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: