ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା !
ସାରାଂଶ :
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ |
4ଟି ପ୍ରସ୍ତାବ ଉପରେ ଆଲୋଚନା।
ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ |
ନିର୍ବାଚନର ଗୋଟିଏ ସପ୍ତାହ ପୂର୍ବରୁ ମଦକୁ ବନ୍ଦ କରିବାପାଇଁ ପ୍ରସ୍ତାବ ।
ଭୁବନେଶ୍ୱର: 15/11/2021(ବ୍ୟୁରୋ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା। ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ 5 ଲକ୍ଷ ଟଙ୍କା ବଢ଼ିଛି। ପଞ୍ଚାୟତ ସମିତି ସଭ୍ୟ ଓ ସରପଞ୍ଚ 2 ଲକ୍ଷ ଲେଖାଏଁ ଖର୍ଚ୍ଚ କରିପାରିବେ। ଆଜି ଏନେଇ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସର୍ବଦଳୀୟ ବୈଠକ ବସିଥିଲା। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।
ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ 4ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ନିର୍ବାଚନ ମଦ ବନ୍ଦ କରିବାକୁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା | ନିର୍ବାଚନର ଗୋଟିଏ ସପ୍ତାହ ପୂର୍ବରୁ ମଦମୁକ୍ତ କରିବାକୁ ପ୍ରସ୍ତାବ ଆସିଛି। ସେହିପରି ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ ଏହି ବୈଠକରେ ପ୍ରସ୍ତାବ ଆସିଥିଲା। ଏହା ସହିତ ଭୋଟଦାନ ସମୟ ଆଉ ଦୁଇଘଣ୍ଟା ବଢେଇବାକୁ ମଧ୍ୟ ପ୍ରସ୍ତାବ ଆସିଛି ବୋଲି ରାଜ୍ୟ ନିର୍ବାଚନ କମିଶନର କହିଥିଲେ। ସେହିପରି ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଆସିଥିବା ସେ କହିଛନ୍ତି। ପୂର୍ବରୁ ଖର୍ଚ୍ଚ ସୀମା 80 ହଜାର ଟଙ୍କା ଥିବାବେଳେ ଏଥର ଟଙ୍କାକୁ ଡବଲ ବା 2 ଲକ୍ଷ କରାଯିବାକୁ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ 2 ଲକ୍ଷରୁ 5 ଲକ୍ଷକୁ ବୃଦ୍ଧି କରିବାକୁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତାବ ଦେଇଥିଲେ।
More Stories
ଛତିଶଗଡ ନିର୍ବାଚନ ପୂର୍ବରୁ ଟି.ଏସ୍ ସିଂଦେବଙ୍କୁ ଡେପୁଟି ସିଏମ୍ ଘୋଷଣା କଲା କଂଗ୍ରେସର !
ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡା ବିଧାୟିକା ଦିପାଳୀ |
AAP ର ସେଲି ଓବରୋଇ ପୁଣି ଦିଲ୍ଲୀର ମେୟର ଭାବରେ ନିର୍ବାଚିତ