ନୟାଗଡ ଜିଲ୍ଲାର 2ଟି ପଞ୍ଚାୟତ ମିଶାଇ ରାଜ୍ୟର 7ଟି ପଞ୍ଚାୟତରେ ହେବନି ନିର୍ବାଚନ : ଜାଣନ୍ତୁ କାରଣ….?
ଭୁବନେଶ୍ୱର: 16/11/2021(ବ୍ୟୁରୋ ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନୟାଗଡ ଜିଲ୍ଲାର 2ଟି ପଞ୍ଚାୟତକୁ ମିଶାଇ ଓଡ଼ିଶାରେ 7ଟି ପଞ୍ଚାୟତରେ ହେବନି ନିର୍ବାଚନ । କାରଣ ଏହି 7ଟି ପଞ୍ଚାୟତ ବିଭିନ୍ନ ଏନ୍ଏସିରେ ମିଶିଛି | ତେଣୁ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 2017 ନିର୍ବାଚନରେ 6, 801ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା। କିନ୍ତୁ 2022 ପଞ୍ଚାୟତ ନିର୍ବାଚନ 6, 794 ପଞ୍ଚାୟତରେ କରାଯିବ ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତୁ ଜାଣିବା ଏହି ପଞ୍ଚାୟତ ଗୁଡିକ କେଉଁ ଜିଲ୍ଲାର :
ବାଲେଶ୍ୱର ଜିଲ୍ଲା ରେମୁଣା ଏନ୍ଏସିରେ ମିଶିଛି 4ଟିପଞ୍ଚାୟତ | ନୟାଗଡ଼ ଜିଲ୍ଲା ଓଡଗାଁରେ ମିଶିଛି 2ଟି ପଞ୍ଚାୟତ | ସେହିପରି ବରଗଡ଼ ଜିଲ୍ଲା ବିଜେପୁରରେ 1ଟି ପଞ୍ଚାୟତ ଏନଏସି ସହିତ ସାମିଲି ହୋଇଛି ।ଫଳରେ ଏସବୁ ପଞ୍ଚାୟତରେ ନିର୍ବାଚନ ହେବନାହିଁ।
ଉପରୋକ୍ତ ପଞ୍ଚାୟତଗୁଡିକ ଏନଏସିରେ ବିଲୀନ ହଵା ଫଳରେ 111ଟି ଓ୍ୱାର୍ଡରେ ଓ୍ୱାର୍ଡ ମେମ୍ବର ପାଇଁ ମଧ୍ୟ ନିର୍ବାଚନ ହେବନାହିଁ। 2017ପଞ୍ଚାୟତ ନିର୍ବାଚନରେ 92,027ଟି ଓ୍ୱାର୍ଡ ପଦ ପାଇଁ ନିର୍ବାଚନ ହୋଇଥିଲା | ଏଥର କିନ୍ତୁ 91, 916ଟି ଓ୍ୱାର୍ଡମେମ୍ବର ପାଇଁ ନିର୍ବାଚନ ହେବ। ଏଥର ମହିଳାଙ୍କ ପାଇଁ 49, 469ଟି ଓ୍ୱାର୍ଡସଭ୍ୟା ପଦ ସଂରକ୍ଷିତ କରାଯାଇଛି। ପଛୁଆବର୍ଗଙ୍କ ପାଇଁ 12,031ଟି ଓ୍ୱାର୍ଡ ସଂରକ୍ଷିତ ହୋଇଛି। ଏହି ଦୃଷ୍ଟିରୁ ରାଜ୍ୟର 6794 ପଞ୍ଚାୟତ ମଧ୍ୟରୁ 3500ଟି ୱାର୍ଡମେମ୍ବର ପଦ ମହିଳାଙ୍କ ପାଇଁ ଏବଂ 778ଟି ପଦ ପଛୁଆବର୍ଗ ପାଇଁ ସଂରକ୍ଷିତ ରହିଛି। 3538ଟି ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ପଛୁଆବର୍ଗ ପାଇଁ 913ଟି ଆସନ ସଂରକ୍ଷିତ ରହିଛି।
ଆହୁରି ମଧ୍ୟ ପଢନ୍ତୁ :ପଞ୍ଚାୟତ ନିର୍ବାଚନ ପାଇଁ ବଢିଲା ଖର୍ଚ୍ଚ ପରିମାଣ….. .
More Stories
ଛତିଶଗଡ ନିର୍ବାଚନ ପୂର୍ବରୁ ଟି.ଏସ୍ ସିଂଦେବଙ୍କୁ ଡେପୁଟି ସିଏମ୍ ଘୋଷଣା କଲା କଂଗ୍ରେସର !
ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡା ବିଧାୟିକା ଦିପାଳୀ |
AAP ର ସେଲି ଓବରୋଇ ପୁଣି ଦିଲ୍ଲୀର ମେୟର ଭାବରେ ନିର୍ବାଚିତ