NK NEWS ODISHA

News agency Odisha

ଦୀପ ତଳ ଅନ୍ଧାରରେ ଓଡଗାଁରେ ପାନୀୟ ଜଳ ଯୋଗାଣ !

Drinking water supply in Odgaon in the dark under the lamp!
Spread the love

ଦୀପ ତଳ ଅନ୍ଧାରରେ ଓଡଗାଁରେ ପାନୀୟ ଜଳ ଯୋଗାଣ !

ଓଡଗାଁ : 16/11/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ସରକାରଙ୍କର ଯୋଜନା ରହିଛି ପ୍ରତ୍ୟକ ଘରକୁ ପାନୀୟ ଜଳ ଯୋଗାଣ l କିନ୍ତୁ ଦୀପ ତଳ ଅନ୍ଧାର ଭଳି ଅନ୍ଧାରରେ ରହିଯାଇଛି ଓଡଗାଁ N A C ର ୱାର୍ଡ ନମ୍ବର ତିନିର ପାଇକସାହି l ଯେଉଁଠାରେ ଓଡଗାଁର ତଥା ସାରା ଓଡିଶାର ସୁନାମଧନ୍ୟ ପର୍ଯ୍ୟଟନ ସ୍ଥଳୀ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥ ଙ୍କର ମନ୍ଦିର ଅବସ୍ଥିତ l ସେହିଠାରେ ଲୋକ ପିଉଛନ୍ତି ନାଳ ପାଣି l ଏହାଠାରୁ ଲଜ୍ୟାଜନକ ଘଟଣା କଣ ଥାଇପାରେ l ଘଟଣା ଆଜି କାଲିର ନୁହେଁ l ଦୀର୍ଘ ଦୁଇ ବର୍ଷ ହେଲା ଏହି ସାହିକୁ ଜଳ ଯୋଗାଣ ବନ୍ଦ ରହିଛି l ପାଣି ଟିକିଏ ପାଇଁ ବଡ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ସାହିର ପ୍ରତ୍ୟେକ ପରିବାର l ନା ଅଛି କୂଅ ପୋଖରୀର ସୁବିଧା ନା ଅଛି ପାନୀୟ ଜଳ ଯୋଗାଣ l ଓଡଗାଁ ର ଭାତ ହାଣ୍ଡି କହିଲେ ଏହି ସାହିକୁ ବୁଝାଏ l

ଅଧିକାଂଶ ପରିବାର ଚାଷ ଉପରେ ନିର୍ଭର କରନ୍ତି l ସବୁଜ ପନିପରିବା ଯୋଗାଣରେ ଏହି ସାହିର ଅବଦାନ ଅତୁଳନୀୟ l ଅନ୍ୟର ମୁହଁରେ ପୃଷ୍ଟିକର ଖାଦ୍ୟ ଯୋଗାଇ ସେମାନେ ନିଜେ ଭୋଗୁଛନ୍ତି ଜଳ କଷ୍ଟ l ଏହି କଷ୍ଟକୁ ଆଖିଆଗରେ ରଖି ଯୁବ ସମାଜସେବି ତଥା ଓଡଗାଁ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆଜି ଅନେକ ମହିଳା ଓଡଗାଁ N A C ର କାର୍ଯ୍ୟନିବାହି ଅଧିକାରୀଙ୍କୁ ନିଜର କଷ୍ଟକୁ ଲିଖିତ ଆକାରରେ ପ୍ରଦାନ କରିଛନ୍ତି l ଦୀର୍ଘ ଦୁଇ ବର୍ଷ ହେଲା ପାନୀୟ ଜଳ ଟୋପାଏ ପାଇଁ ସେମାନେ ଅନେକ ଥର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ କାକୁତି ମିନତୀ ହୋଇ ଗୁହାରି କରିଛନ୍ତି l କିନ୍ତୁ ସବୁବେଳେ ମିଳିଛି ମିଥ୍ୟା ପ୍ରତିଶୃତି l ଆଜି ମଧ୍ୟ ସେହି ପ୍ରତିଶୃତି ମିଳିଛି l ପ୍ରତିଶୃତି ମିଳିଛି ଯେ ଆମେ ଆଜି ଯାଇ ଦେଖିଆସିବୁ l

ଅଭିଯୋଗକାରୀ ମାନେ କହିଛନ୍ତିଯେ ଏଥର ମିଳିଥିବା ପ୍ରତିଶୃତି ଯଦି ପ୍ରତିଶୃତି ରେ ରହିଯାଏ ତେବେ ଆମେ N A C ଅଫିସ ଘେରାଉ କରି ଧାରଣାରେ ବସିବୁ l ଆମେ ଏହି ଘଟଣା ଉପରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କର ପ୍ରତିକ୍ରିୟା ନେବା ପାଇଁ ତାଙ୍କ ଅଫିସ କୁ ଯାଇଥିଲୁ l କିନ୍ତୁ ସେ ତାଙ୍କ ଚ୍ୟାମ୍ବରକୁ ଯିବା ପାଇଁ ଅନୁମତି ଦେଲେ ନାହିଁ l ଭାରତ ଭଳି ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକ ନୂତନ ପରମ୍ପରା ସୃଷ୍ଟି କରିଲେ କାର୍ଯ୍ୟନିର୍ବାହୀ ଅଧିକାରୀ l ଏବେ ଦେଖିବାକୁ ବାକି ରହିଲା କେବେ ଭାଙ୍ଗୁଛି ନିଦ l କେବେ ସମାଧାନ ହେଉଛି ସମସ୍ୟାର l କେବେ ସତ ହେଉଛି ସରକାରଙ୍କର ସ୍ଲୋଗାନ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ଆମର ଲକ୍ଷ୍ୟ l

%d