ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା
ଭଦ୍ରକ,୦୭/୦୭/୨୦୨୧(ରିପୋର୍ଟ : ସମୀର ମହାନ୍ତି): ଆଜି ସାରା ରାଜ୍ୟରେ କଂଗ୍ରେସ ତରଫରୁ ତୈଳ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦିଆଯାଉଛି, ସେଥିରୁ ବାଦ ପଡିନି ଭଦ୍ରକ |ଆଜି ଭଦ୍ରକ ତହସିଲ କାର୍ଯ୍ୟାଳୟ ଠାରେ ଭଦ୍ରକ ଜିଲ୍ଲା କଂଗ୍ରେସର ବହୁ ଟାଣୁଆ ନେତା ଏକତ୍ରିତ ହୋଇ କୋଭିଡ କଟକଣା ମାନି ଧାରଣାରେ ବସିଛନ୍ତି |
ସବୁଠାରୁ ବଡ କଥା ହେଉଛି ମୋଦି ସରକାର କରୋନାକୁ ଦୂରେଇବା ପାଇଁ ଘଣ୍ଟ ଥାଳି ବାଡେଇବା ପାଇଁ କହିଥିଲେ କିନ୍ତୁ ଆଜି ତୈଳ ଦର ହ୍ରାସ ପାଇଁ କଂଗ୍ରେସ ମୋଦିସରକାର ନୀତି ଆପଣେଇ ଘଣ୍ଟ ଥାଳି ବଜେଇ ବିରୋଧ କରିଛନ୍ତି ବୋଲି କହିଥିଲେ ଭଦ୍ରକ ଟାଉନ କଂଗ୍ରେସ କମିଟି ସଭାପତି ଅବଦୁଲ ମୂଷିଦ ଖାଁ |ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ, ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତିଙ୍କ ସମେତ ବହୁତ ବରିଷ୍ଠ ନେତା ଯୋଗଦାନ କରିଥିଲେ |ଯେତେଦିନ ଯାଏ ତୈଳ ଦର ଆଶାନୁରୂପକ ନକମିବ ସେତେଦିନଯାଏ ଏ ଲଢେଇଜାରିରହିବ ବୋଲି କହିଛନ୍ତି କଂଗ୍ରେସର ବହୁତ ବରିଷ୍ଠ ନେତା |
More Stories
ବିଦ୍ୟାଳୟ ପରିସରରେ ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଗୁରୁତର…!
ସମ୍ମାନିତ ହେଲେ ବୟୋଜ୍ୟେଷ୍ଠ ସାମ୍ବାଦିକ ଚତୁର୍ଭୁଜ ଦାସ
ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭାରତରତ୍ନ ବାବା ସାହେବ ଡା.ଆମ୍ବେଦକରଙ୍କ 131ତମ ଜୟନ୍ତୀ ପାଳନ |