ଭିନ୍ନକ୍ଷମ ଶିଶୁପୁତ୍ରର ଉନ୍ନତ ଚିକିତ୍ସା ପାଇଁ ସରକାରୀ ସହାୟତା ଅପେକ୍ଷାରେ ଅସହାୟ ପରିବାର : ପ୍ରତିଶୃତି ଦେଲେ ବ୍ଲକ ପ୍ରଶାସନ !
ଜଗନ୍ନାଥ ପ୍ରସାଦ/ଗଞ୍ଜାମ:07/10/2021(ବ୍ୟୁରୋ): ବୟସ 5ବର୍ଷ ଟପିଲାଣି | ହେଲେ ମାଆର କୋଳ ଛାଡ଼ୁନି ପୁଅ | ନା ଠିଆ ହୋଇପାରୁଛି, ନା କଥା କହିପାରୁଛି | ମାଆର କୋଳ ଏବଂ ଚଟାଣ ହିଁ ତାର ଏକମାତ୍ର ଭରସା | ଶାରୀରିକ ଅକ୍ଷମ ସହ ମାନସିକ ଅବସ୍ଥା ବି ଠିକ ରହୁନି l ଏଭଳି ପରିସ୍ଥିତିରେ ସରକାର ହିଁ କେବଳ ଏକ ମାତ୍ର ସlହାଭରସl l ଏହି କରୁଣ ଦୃଶ୍ୟଟି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କାଦୁଆ ପଂଚାୟତ ଗୁଣ୍ଡୁରୀସାହି ଗ୍ରାମରେ l
ସୂଚନା ଅନୁସାରେ ଗୁଣ୍ଡୁରୀସାହି ଗ୍ରାମର ନାରାୟଣ ଦାସ ନିଜ ଭିନ୍ନକ୍ଷମ ଶିଶୁପୁତ୍ର କୁ ଧରି ସରକାରୀ ସହାୟତା ପାଇଁ ବ୍ଲକ କାଯ୍ୟଳୟର ଦ୍ୱାରସ୍ଥ ହୋଇଛନ୍ତି l ନାରାୟଣ ଜଣେ ଗରିବ କୃଷକ | ତାଙ୍କର 2ଝିଅ ଓ ଗୋଟିଏ ପୁଅ | ସେ କହିବା ଅନୁସାରେ ପୁଅ ଜନ୍ମର 7ମାସ ପର୍ଯ୍ୟନ୍ତ ସବୁ ଠିକ ଠାକ ଥିଲା | କିନ୍ତୁ ପୁଅ ଆଦିତ୍ୟଙ୍କୁ ଜ୍ଵର ହେବl କାରଣରୁ ଗ୍ରାମର ଔଷଧ ଦୋକାନ ରୁ କିଛି ଔଷଧ କିଣି ଖାଇବାକୁ ଦେଇଥିଲେ l ପରିବର୍ତ୍ତନ ନହୋଇ ଆଦିତ୍ୟର ରୋଗ ବିଗିଡ଼ିବା ସହ ଛିଡା ହୋଇନପାରିବାରୁ ବାପା ନାରାୟଣ ଓ ମା ଗୀତାଞ୍ଜଳି ଡାକ୍ତରଙ୍କ ପରାମର୍ଶ ନେଇଥିଲେ l କିନ୍ତୁ 5ବର୍ଷ ଧରି ଚିକିତ୍ସା ପରେ ବି ଆଦିତ୍ୟର ସ୍ୱାସ୍ଥ୍ୟ ଅବସ୍ଥlରେ କୌଣସି ଉର୍ନ୍ନତି ଆସିଲା ନାହିଁ l
ଆଜକୁ 5 ବର୍ଷ ବିତିଯାଇଥିଲେ ମଧ୍ୟ ଆଦିତ୍ୟ କଥା କହିଁପାରୁନି କି ଛିଡା ମଧ୍ୟ ହୋଇପାରୁନି l କେବଳ ବିଛଣା ରେ ପଡିରହିଥିବା ବେଳେ ତାର ମା ହିଁ ଦେଖାସୁଣା କରୁଆସୁଛନ୍ତି l ଏହା ଭିତରେ ଚିକିତ୍ସା ପାଈଁ ସଂଚିତ କରି ରଖିଥିବା ଅର୍ଥ ସରିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ଲା ନାହିଁ ! “ରାଜ୍ୟ ବାହାରେ ଉନ୍ନତ ମାନର ଚିକତ୍ସା ହେଲେ କାଳେ ପୁଅ ଭଲ ହେବ ବୋଲି ଡାକ୍ତର ପରାମର୍ଶ ଦେଇଥିବlରୁ ସେ ବିଡିଓଙ୍କୁ ଗୁହାରି କରିବାକୁ ଆସିଥିବା ନାରାୟଣ କହିଛନ୍ତି l
ବ୍ଲକ କାର୍ଯ୍ୟlଳୟ ଖୋଲିବା ଆଗରୁ ନାରାୟଣ ଓ ଗୀତାଞ୍ଜଳି ପୁଅକୁ ଧରିବ୍ଲକ ପରିସରରେ ଅପେକ୍ଷା କରି ବସିଥିଲେ l ବିଡ଼ିଓ ଅନୁପ ପଣ୍ଡା ପହଂଚିବା ପରେ ତାଙ୍କୁ ସାକ୍ଷlତ କରି ଗୁହାରି କରିଥିଲେ l ଆଦିତ୍ୟର ଚିକତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମିଳିବl ଲାଗି ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ପ୍ରତିଶୃତି ଦେବା ସହ ରାସନ କାର୍ଡରେ ତାର ନାମ ସଂଯୋଗ ହେବ ଏବଂ ଆଦିତ୍ୟକୁ ଭତ୍ତା ମିଳିପାରିବ ବୋଲି ବିଡ଼ିଓ ଶ୍ରୀ ପଣ୍ଡା କହିଛନ୍ତି |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …