Did the British rule return to Odgaon NAC?

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଓଡଗାଁ ଏନଏସିରେ ପୁଣି ଫେରିଲା କି ବ୍ରିଟିଶ ଶାସନ ?

Did the British rule return to Odgaon NAC?
Spread the love
ADVERTISEMENT
ADVERTISEMENT

ଓଡଗାଁ ଏନଏସିରେ ପୁଣି ଫେରିଲା କି ବ୍ରିଟିଶ ଶାସନ ?

ଓଡଗାଁ : 11/01/2022(ରିପୋର୍ଟ :ରବିନ୍ଦ୍ର କୁମାର ସାହୁ): ସ୍ୱାଧୀନତାର 76 ବର୍ଷପରେବି ବ୍ରିଟିଶ ରାଜର ନମୁନା ଦେଖିବାକୁ ମିଳିଛି ଓଡଗାଁ ଏନଏସିରେ l ମାନବିକତାର ମୂଲ୍ୟବୋଧକୁ ହଜେଇ ଦେଇଛନ୍ତି ଏନଏସି କର୍ତ୍ତୃପକ୍ଷ l ମଣିଷ ଜୀବନର ମୂଲ୍ୟ ତୁଚ୍ଛ ହୋଇଯାଇଛି ତାଙ୍କ ପାଖରେ l ଓଡଗାଁ ଏନଏସି ଅନ୍ତର୍ଗତ ଜାରିଙ୍ଗି ମୌଜାରେ ସରକାରୀ ଜାଗା ଉପରେ ଥିବା ବସ୍ତିକୁ ଗତ ଡିସେମ୍ବର ମାସ 31ତାରିଖରେ ଜେସିବି ଲଗାଇ ଭାଙ୍ଗି ଦିଆଗଲା l ଜାନୁଆରୀ ମାସର ପ୍ରବଳ ଥଣ୍ଡା ସାଙ୍ଗକୁ କରୋନା ଭଳି ମହାମାରୀ ସମୟରେ ବେଘର ହୋଇଥିବା ବସ୍ତି ବାସିନ୍ଦାଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବାର ବ୍ୟବସ୍ଥା କରିଥିଲା ଜିଲ୍ଲା ପ୍ରଶାସନ ନା ଏନଏସି କର୍ତ୍ତୃପକ୍ଷ l

ADVERTISEMENT

ପ୍ରବଳ ଶୀତରେ ବେସାହାରା ହୋଇଥିବା ପରିବାର ଗୁଡିକ ସେହି ଅଂଚଳରେ କେହି ଲୁଗା ଟାଣି କେହି ଜରିପାଲ ଟାଣି ତା’ଭିତରେ ଆଶ୍ରୟ ନେଉଥିଲେ l କିନ୍ତୁ ଦୁଇ ତିନି ଦିନ ତଳେ କାର୍ଯ୍ୟନିର୍ବାହୀ ଅଧିକାରୀ ହଠାତ ସେହି ଜାଗାରେ ପହଂଚି ସେହି ତମ୍ବୁ ଗୁଡିକ ଉଠାଇ ଫିଙ୍ଗି ଦେବାର ନିର୍ଦେଶ ଦେଇଥିଲେ l କାକୁତି ମିନତୀ ହୋଇ କୋହ ଭରା କଣ୍ଠରେ ଆମକୁ ଟିକିଏ ମୁଣ୍ଡ ଗୁଞ୍ଜିବା ପାଇଁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଥିଲେ ଏହି ବେସାହାରା ପରିବାର ମାନେ lକିନ୍ତୁ ଏମାନଙ୍କ ଗୁହାରିକୁ କର୍ଣ୍ଣପାତ କରିନଥିଲେ ଏହି ଅଧିକାରୀ l

କୋହଭରା କଣ୍ଠରେ ବସ୍ତିର ନୀରିହା ମହିଳାମାନେ ଆମ କ୍ୟାମେରା ସାମ୍ନାରେ କହିଛନ୍ତି ଯେ ଆମେ ଯେତେବେଳେ ତାଙ୍କୁ ଅନୁରୋଧ କଲୁଯେ ଆମ ତମ୍ବୁ ଭାଙ୍ଗନି | ଆମେ ଥଣ୍ଡାରେ ମରିଯିବୁ l ଏହାର ଜବାବରେ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେଯେ ତୁମେ ଯୁଆଡେ ଯାଉଛ ଯାଅ କିମ୍ବା ମରିଯାଅ ଆମର କଣ କ୍ଷତି ହେଇଯାଉଛି l ତୁମେ ଯଦି ନ ଉଠିବ ତେବେ ଆମେ ତମକୁ ପୋତି ଦେବୁ ବୋଲି ଅମାନୁଷିକ ଭାଷା ପ୍ରୟୋଗ କରିଥିବାର ଅଭିଯୋଗ କରିଛନ୍ତି ବେସାହାରା ମହିଳାମାନେ l ଅନ୍ୟଏକ ହୃଦୟ ବିଦାରକ ଘଟଣା ବର୍ଣନା କରିଛି ସୁକାନ୍ତି ଜେନା ନାମକ ଏକ କୋମଳମତି ଶିଶୁ l କାନ୍ଦି କାନ୍ଦି କୋହଭରା କଣ୍ଠରେ ସେ କହିଛିଯେ N A C କର୍ମକର୍ତା ମାନେ ସେ ତମ୍ବୁ ଭିତରେ ଖାଇବାକୁ ବସିଥିବା ବେଳେ ତାକୁ ଗୋଇଠାମାରି ବାହାରକୁ ଫିଙ୍ଗିଦେଲେ ଏବଂ ତାସହିତ ଧମକ ଦେଲେ ଯଦି ତୁ ଏଠୁ ନ ଉଠିବୁ ତାହେଲେ ଆମେ ତତେ ଏଠି ପୋତିଦେବୁ l ଏହା କେଉଁ ପ୍ରକାରର ମାନସିକତା l

ଇତିହାସର ସମସ୍ତ କଳଙ୍କିତ ପୃଷ୍ଠା ଠାରୁ ଏହି କାହାଣୀ ଅଧିକ ହୃଦୟ ବିଦାରକ ହେବ l ଓଡିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ସଦାବେଳେ କହି ଆସିଛନ୍ତି ଯେ ପ୍ରତ୍ୟେକ ଓଡ଼ିଆର ଜୀବନ ମୋ ପାଇଁ ମୂଲ୍ୟବାନ l ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଚିନ୍ତାଧାରାକୁ କେଉଁଭଳି ସଂମାନ ଦେଉଛନ୍ତି ଓଡଗାଁ N A C ଅଧିକାରୀ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଆଜି ନୟାଗଡ ଜିଲ୍ଲା କଂଗ୍ରେସର ଏକ ପ୍ରତିନଧି ଦଳ ଜିଲ୍ଲା ସଭାପତି ରଣଜିତ ଦାସଙ୍କ ନେତୃତ୍ୱ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରାଇଛନ୍ତି l

ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ଯେ ଘଟଣାଟି ଯେତେବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ବିଚରାଧୀନ ଅଛି ସେତେବେଳ ଏମାନଙ୍କ ଘର ଭାଙ୍ଗିବା ଠିକ ନୁହେଁ l ଓଡଗାଁ N A C ବହୁମୁଖୀ ଦୁର୍ନୀତି ସହିତ ସମ୍ପୃକ୍ତ l ସରକାରୀ ଜାଗାର ଅପବ୍ୟବହାର କରିଛି l ସରକାରୀ ଚାକିରୀ କରିଥିବା କିଛି ବ୍ୟକ୍ତି ଏବଂ ଅନେକ ଜମିର ମାଲିକ ହୋଇଥିବା କିଛି ବ୍ୟକ୍ତିଙ୍କୁ ସରକାରୀ ଜାଗା ଉପରେ ପଟ୍ଟା ପ୍ରଦାନ କରିଛି l ଏହି ଦୁର୍ନୀତି ବିଷୟରେ ଉପଯୁକ୍ତ ତଦନ୍ତ କରିବାପାଇଁ ଆମେ ଚିଫ ସେକ୍ରେଟାରୀ ଏବଂ ଅର୍ବାନ ସେକ୍ରେଟାରୀଙ୍କୁ ଜଣାଇବୁ l ଯଦି ଦରକାର ପଡେ ଆମେ N A C ଅଫିସ ଆଗରେ ଧାରଣାରେ ବସିବୁ l

ଏହି ଘଟଣା ସମ୍ପର୍କରେ ଏନଏସି ଅଧିକାରୀଙ୍କ ସହିତ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏହା ଉପରେ କୌଣସି ମତାମତ ଦେବାକୁ ମନା କରିଥିଲେ | ଏପରିକି କୌଣସି ସାମ୍ବାଦିକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥିଲା |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: