NK NEWS ODISHA

News agency Odisha

ପାନୀୟ ଜଳ ଅଭାବରେ ଢିପମାଳ ଗ୍ରାମବାସୀ : ମେଗା ପାନୀୟ ପ୍ରକଳ୍ପକୁ ଅପେକ୍ଷା କରିବାକୁ କହିଲେ ସରପଞ୍ଚ !

Dhipamal villagers lack drinking water: Sarpanch tells to wait for mega drinking project!
Spread the love

ପାନୀୟ ଜଳ ଅଭାବରେ ଢିପମାଳ ଗ୍ରାମବାସୀ : ମେଗା ପାନୀୟ ପ୍ରକଳ୍ପକୁ ଅପେକ୍ଷା କରିବାକୁ କହିଲେ ସରପଞ୍ଚ !

ନୂଆଗାଁ : 02/11/2021(ରିପୋର୍ଟ : ନିରଞ୍ଜନ ସାହୁ): ପାନୀୟ ଜଳ ଅଭାବରେ ଢିପାମାଳ ଗାଁ | ବସୁନ୍ଧରା ଯୋଜନା ଏଠାରେ ଫେଲ ମାରିଛି | ରାଜ୍ୟ ଓ କେନ୍ଦ୍ର ସରକାର ପାନୀୟ ଯୋଗାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ବସୁନ୍ଧରା ଯୋଜନାରେ ଲୋକଙ୍କ ପାଖରେ ପାଣି ପହଞ୍ଚେଇବାର ଚେଷ୍ଟା ସରକାର କେତେଦୂର ସଫଳ କରିଛନ୍ତି ତାହା ନିଜେ ନଦେଖିଲେ ବିଶ୍ୱାସ କରିହେବ ନାହିଁ ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ମାଳିସାହି ପଂଚାୟତର ଢିପମାଳ ଗାଁ ରେ | ଏହିଗ୍ରାମରେ 100ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି | କିନ୍ତୁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଥିଲାବେଳେ ଦୁଇବର୍ଷ ହେବ ସମ୍ପୁର୍ଣ୍ଣ ହୋଇ ନାହିଁ |

ଫଳରେ ଲୋକମାନେ ଅଣ୍ଟେ ପାଣିରେ ଯାଇ ଚୁଆ କରି ପାଣି ଆଣୁଛନ୍ତି | ସେମାନେ ପ୍ରତ୍ୟେକ ଦିନ ବିପଦ ସଙ୍କୁଳ ଅବସ୍ଥାରେ ଆଣୁଥିବା ଦେଖିବାକୁ ମିଳିଛି | ଏହି ବିଷୟରେ ସ୍ଥାନୀୟ ସରପଂଚ ଙ୍କୁ ଯୋଗାଯୋଗ କରିଥୀଲୁ ସେ କହିଛନ୍ତି ମେଗା ପ୍ରୋଜେକ୍ଟ କାମ ଚାଲିଛି ଅତିଶୀଘ୍ର ପାନୀୟ ଜଳ ସମସ୍ୟା ଦୁର ହେବ ।

%d