NK NEWS ODISHA

News agency Odisha

ଆଦିବାସୀ ଅଞ୍ଚଳରେ ସାମ୍ବାଦିକଙ୍କ ସହିତ କମ୍ବଳ ବାଣ୍ଟିଲେ ଦାମ ସାରେ ।

Dham Sir distributed blankets with journalists in tribal areas.
Spread the love

ଆଦିବାସୀ ଅଞ୍ଚଳରେ ସାମ୍ବାଦିକଙ୍କ ସହିତ କମ୍ବଳ ବାଣ୍ଟିଲେ ଦାମ ସାରେ ।

ନୂଆଗାଁ : 24/11/2021(ରିପୋର୍ଟ : ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲାର ଜଣାଶୁଣା ସମାଜସେବୀ ଦାମସାରେ ବାହାଡ଼ାଝୋଲା ଅଞ୍ଚଳର ବୁଦ୍ଧିଜୀବି ଓ କିଛି ସାମ୍ବାଦିକଙ୍କ ସହିତ ବେରୁଆଁବାରୀ ପଞ୍ଚାୟତର ଗାଁ’ମାନଙ୍କରେ କମ୍ବଳ ବଣ୍ଟନ କରିଛନ୍ତି | ବଧୁଲିପୁରୁ ଗ୍ରାମର ବାପା ମାଆ ଛେଉଣ୍ଡ ଭାଇଭଉଣୀ ଓ ପୋଡାସାହି ଗ୍ରାମର ଭିନ୍ନକ୍ଷମ ଯୁବକ ଓ ଆଦିବାସୀ ବହୁଳ ମାଣ୍ଟୁଖମଣର ବିଧବା ଅସହାୟ ପରିବାର ସହ ସିଙ୍ଗାର ପଲ୍ଲୀ ପଂଚାୟତର ଯୋଡ଼ାସାହି ଗ୍ରାମର ବିଧବା ଭିନ୍ନକ୍ଷମ ପରିବାର ଓ ମାଣିକ ପାଟଣା ବଡ଼ସାହିର ମାନସିକ ବିକାରଗ୍ରସ୍ତ ଲୋକଙ୍କ ପାଖରେ କମ୍ବଳ ସହ ସୁଖୀଲା ଖାଦ୍ୟ ବଣ୍ଟନ କରିଥିଲେ । ଏଥିରେ ନୟାଗଡ଼ ଜିଲ୍ଲାର ଲୋକ ପ୍ରିୟ ସମାଜସେବୀ ଦାମ ସାରଙ୍କ ସହିତ ସର୍ବଭାରତୀୟ ମାନବାଧିକାର ଜିଲ୍ଲା ସମ୍ପାଦକ ପବିତ୍ର ମୋହନ ସାହୁ ଓ ଅଂଚଳର ବରିଷ୍ଠ ନାଗରିକ ବିଜୟ କୁମାର ସାହୁ ରଘୁନାଥ ସାହୁ ଏବଂ ଅଂଚଳର କିଛି ସମ୍ବାଦିକ ପ୍ରଦିପ କୁମାର ସାହୁ, ମନୋଜ କୁମାର ସାହୁ, ଦୟା ସାହୁ ଓ ନିରଂଜନ ସାହୁ ପ୍ରମୁଖ ଗରିବଙ୍କ ମୁହଁରେ ହସ ଫୁଟେଇବା ସେବା କାର୍ଯ୍ୟରେ ସାମିଲ ହୋଇଥିଲେ।

%d