NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପ୍ରକୃତି ମାଆ ପ୍ରତି ଉତ୍ସାର୍ଗୀକୃତ ହୋଇ ସାମ୍ବାଦିକତାର ସେବା ବୋଧକ ଅର୍ଥକୁ ବୁଝାଇଲେ ଇଜାଜ

Spread the love

ପ୍ରକୃତି ମାଆ ପ୍ରତି ଉତ୍ସାର୍ଗୀକୃତ ହୋଇ ସାମ୍ବାଦିକତାର ସେବା ବୋଧକ ଅର୍ଥକୁ ବୁଝାଇଲେ ଇଜାଜ

ନିଶ୍ଚିନ୍ତକୋଇଲି : 12/08/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ): ସାମ୍ବାଦିକ ଓ ସାମ୍ବାଦିକତା କୁ ପେସା ତଥା ନିଶା କରିଥିବା ସମସ୍ତ ସମ୍ବାଦ ଦାତା ନିଜ କଲମ ଓ କ୍ୟାମେରା ମାଧ୍ୟ୍ୟମରେ ସମାଜକୁ ଚେତନା ମୂଳକ ମନ୍ତବ୍ୟ ଦେବାକୁ ସତ ଚେଷ୍ଟା କରୁଥିବା ବେଳେ କିନ୍ତୁ ଜଣେ ଯୁବ ଓ ନିରପେକ୍ଷ ସାମ୍ବାଦିକ ଇଜାଜ ଖାନ ଆଉ ଦୁଇପାଦ ଆଗକୁ ଯାଇ ସାମ୍ବାଦିକତାକୁ ସାମାଜିକ ସେବା ମନୋଭାବ ଓ ପ୍ରକୃତି ସଂରକ୍ଷଣର ସଦଭାବନାରେ ନିଜ ସତେଇଶି ତମ ଜନ୍ମ ଦିନ କୁ ପ୍ରକୃତି ମାଆକୁ ଉତ୍ସାର୍ଗୀକୃତ କରି ଏକ ମୁସଲମାନ ପାଠଶାଳା ସମେତ ଦୁଲୁପୁରର ଅନେକ ସ୍ଥାନରେ ବହୁ ଔଷଧୀୟ ବୃକ୍ଷ ରୋପଣକରି ସମାଜକୁ ଏକ ନୂତନ ବାର୍ତ୍ତା ଦେବା ସହିତ ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଚର୍ଚ୍ଚାର ପାତ୍ର ହେବା ସହ ସବୁ ବରିଷ୍ଠ ସାମ୍ବାଦିକ ଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି l ଗତ କାଲି ନିଜ ଜନ୍ମ ଦିନକୁ ଏହି ଭଳି ପାଳନ କରିଥିବା ଇଜାଜ ଖାନ ଅନେକଥର ନିଜ ପ୍ରଚେଷ୍ଟାରେ ନିରପେକ୍ଷ ସୂଚନା ପ୍ରଦାନ କରି ଜଣେ ଚତୁର୍ଥ ସ୍ତମ୍ଭର ସଚ୍ଚୋଟ ସିପାହୀ ଭାବେ ପ୍ରଶଂସିତ ହୋଇଛନ୍ତି l କଲମ ଧରିବାଠୁ ଫୋଟୋ ଉତ୍ତଳକ ଓ ଚିତ୍ର ଉତ୍ତଳକ ଧରିବା ଯାଏଁ ଇଜାଜ ନିଜ ନିରପେକ୍ଷ ଚିନ୍ତାଧାରାକୁ ବିନା ଦ୍ୱିଧାରେ ଲୋକ ଲୋଚନରେ ପରିପ୍ରକାଶ କରିଛନ୍ତି..

ତାଙ୍କ ଜନ୍ମ ଦିନ ଉପଲକ୍ଷେ ଏହି ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟରେ ବରିଷ୍ଠ ସାମ୍ବାଦିକ ମନମୋହନ ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ରଞ୍ଜନ ଦାସ, ଅକ୍ଷୟ କୁମାର ସିଂହ,ଅମିତାଭ ମହାପାତ୍ର ଙ୍କ ସମେତ ଅନେକ ଯୁବ ସାମ୍ବାଦିକ ନିର୍ମଳ ପ୍ରତିହାରୀ, ତାଳିବ ମିର୍ଜା, ସତ୍ୟଜିତ ମହାପାତ୍ର, ପ୍ରତୀକ ଆଦିତ୍ୟ ମିଶ୍ର, ଜଗନ୍ନାଥ ପଣ୍ଡା, ଦେବେନ୍ଦ୍ର ଷଢଙ୍ଗୀ, ଅନିଲ ମଲ୍ଲିକ ପ୍ରମୁଖ ଯୋଗଦେଇ ସହଯୋଗର ହାତ ବଢ଼ାଇଥିଲେ l କଟକ ଜିଲ୍ଲାର ଆଗ ଧାଡି ର ସାମ୍ବାଦିକ ସଙ୍ଘ” ମିଡ଼ିଆ ବ୍ରଦର୍ଶ” ଇଜାଜଙ୍କୁ ଉପହାର ସ୍ୱରୂପ ଆଶ୍ରିବାଦ ପ୍ରଦାନ କରି ତାଙ୍କ ମହତ କର୍ମକୁ ସାଧୁବାଦ ଜଣାଇଛନ୍ତି l

%d bloggers like this: