ସମ୍ବାଦ ସାହିତ୍ୟ ଘର ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଦଶପଲ୍ଲା :(ରିପୋର୍ଟ :ରତ୍ନାକର ହୋତା ): ଦଶପଲ୍ଲା ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘର ତରଫରୁ , କୃଷ୍ଣପ୍ରୀୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କୃଷ୍ଣପ୍ରୀୟାଦେବୀ ଜୁନିୟର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣମାସୀ ଦେଵୀ, ବରିଷ୍ଠ ଓକିଲ ବୀରେନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା,ଅବସରପ୍ରାପ୍ତ ବନପାଳ ତଥା ପରିବେଶବିତ୍ ପ୍ରଫୁଲ୍ଲ କୁମାର ଦାଶ୍,ଅବସରପ୍ରାପ୍ତ ପ୍ରାଧ୍ୟାପକ ସରୋଜ୍ କୁମାର ନାୟକ,ସାମ୍ବାଦିକ ରତ୍ନାକର ହୋତା ( କବି ସତ୍ୟସଂଧ) ,ବିଶିଷ୍ଠ କଣ୍ଠଶିଳ୍ପୀ କୁରେସ୍ ସାହୁ , ଶିକ୍ଷକ ଲିଂଗରାଜ ପାଣି କଂ ସମେତ ଦଶପଲ୍ଲା ସମ୍ବାଦ ସାହିତ୍ୟ ଘରର ବହୁସଭ୍ୟ ଉପସ୍ଥିତ ହୋଇ ବୃକ୍ଷରୋପଣ କରିଥିଲେ । ସଭାପତି ପ୍ରାଧ୍ୟାପକ ସରୋଜ୍ କୁମାର ନାୟକ ବୃକ୍ଷର ଉପକାରୀତା , ସାହିତ୍ୟ ସହିତ ବୃକ୍ଷର ସମ୍ପର୍କ ଫୁଖା ନୁ ପୁଂଖ ଆଲୋଚନା କରିଥିଲେ । ଶେଷରେ ସଂପାଦକ ପ୍ରଫୁଲ୍ଲ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
More Stories
ତିନିଟି ଶିଶୁପୁତ୍ର ଜନ୍ମ ଦେଇଛନ୍ତି ମହିଳା।
ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର
ଭାରତ ବିକାଶ ସେଣ୍ଟ୍ରାଲ ଏକାଡେମୀର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ