ଛୋଟ ଶିଶୁକଂ ଖାଦ୍ୟରେ ବି ଘୋଟାଲା , ସତ୍ୟ ଲୁଚାଇବାକୁ ଦଶପଲ୍ଲା ସି ଡି ପି ଓ କଂ ପ୍ରାଣମୂର୍ଛା ଉଦ୍ୟମ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଛୋଟ ଶିଶୁକଂ ଖାଦ୍ୟରେ ବି ଘୋଟାଲା , ସତ୍ୟ ଲୁଚାଇବାକୁ ଦଶପଲ୍ଲା ସି ଡି ପି ଓ କଂ ପ୍ରାଣମୂର୍ଛା ଉଦ୍ୟମ

Spread the love
ADVERTISEMENT
ADVERTISEMENT

ଛୋଟ ଶିଶୁକଂ ଖାଦ୍ୟରେ ବି ଘୋଟାଲା , ସତ୍ୟ ଲୁଚାଇବାକୁ ଦଶପଲ୍ଲା ସି ଡି ପି ଓ କଂ ପ୍ରାଣମୂର୍ଛା ଉଦ୍ୟମ

ADVERTISEMENT

ଦଶପଲ୍ଲା :03/07/2921(ରିପୋର୍ଟ : ରତ୍ନାକର ହୋତା): ସାରା ବିଶ୍ବରେ କରୋନା ମହାମାରୀ ର ପ୍ରକୋପ ଜାରୀ ରହିଥିବାବେଳେ , ଦଶପଲ୍ଲା ବ୍ଲକରେ , ମହାମାରୀ କରୋନା କୂ ନେଇ ସରକାର ଲୋକ ମାନଙ୍କୁ ସଚେତନ କରିବା ସହ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି । ବିଶେଷ ଭାବେ ଛୋଟ ଶିଶୁ ମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ,ପ୍ରଚାର ପ୍ରସାର କରି ଚାଲିଥିବା ବେଳେ , ଦଶପଲ୍ଲା ଆଇ ସି ଡି ଏସ୍ ଅଧିନରେ ଥିବା , ଅଙ୍ଗନ ଓ୍ବାଡି ଶିଶୁ ମାନଙ୍କୁ ମିଳୁଛି ଫମ୍ପୁଫୁଟା ବାଦାମ ଖଜା । ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଏନ ଏ ସି ର୍ ୧୦ ନଂ ୱାର୍ଡ ରେ ଥିବା ଅଙ୍ଗନ ଓ୍ବାଡି କେନ୍ଦ୍ରରେ । ଏହି କେନ୍ଦ୍ରରେ ଥିବା ଅଙ୍ଗନବାଡ଼ି ଦିଦି ଜସ୍ମିନାଁ ମହାପାତ୍ର ଗତ ୩୦ ତାରିଖ ଦିନ ଅଙ୍ଗନବାଡ଼ି କେନ୍ଦ୍ର ରେ ପଢୁଥିବା ଶିଶୁ ମାନଙ୍କ ଘର ଘର ବୁଲି ବାଦାମ ଖଜା ବାଣ୍ଟିଥିଲେ । ସେହି ୱାର୍ଡ ର ପୋଖରୀ ସାହି ରେ ଥିବା କାହ୍ନୁ ଚରଣ ବେହେରା ଏବଂ କୃଷ୍ଣ ଦୋରା ଙ୍କ ପୁତୁରା କୁ ଏହି ବାଦାମ ଖଜା ଜରି ପ୍ୟାକେଟ ଦିଆଯାଇଥିଲା । ମାତ୍ର ଏହି ବାଦାମ ଖଜା ଖାଇ କାହ୍ନୁ ଙ୍କ ଝିଅ ଅସୁସ୍ଥ ହୋଇ ପଡିଥିବା ବେଳେ ବାଦାମ ଖଜା ରେ, ଫମ୍ପୁ ମାରିଥିବା ଦେଖିବାକୁ ମିଳିଥିଲା ।ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶୁକ୍ରବାର ଦିନ ହରିଡାବାରୀ ଗ୍ରାମର କିଛି ଯୁବକ ଏହି ଫିମ୍ପି ବାଦାମ ଖଜା କୂ ଧରି ସି ଡ଼ି ପି ଓ ଙ୍କୁ ଦେଖାଇବା ପାଈଁ ଆସିଥିବା ବେଳେ ସି ଡ଼ି ପି ଓ ଅଫିସ କୁ ଆସିନଥିଲେ । ଫଳରେ ଯୁବକ ମାନେ ନିରାଶ ହୋଇ ଘରକୁ ଫେରିଥିବା ବେଳେ ଏ ଘଟଣା ବିଧିବଦ୍ଧ ତଦନ୍ତ କରାନଗଲେ , ଜନ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇ ଛନ୍ତି । ମାତ୍ର ସି ଡ଼ି ପି ଓ ଘଟଣାକୁ ଲୁଚାଇ ବାକୁ ଯାଇ କହିଛନ୍ତି ଯେ ମୁଁ ତଦନ୍ତ କରିବାକୁ ଯାଇଥିଲି । ୪-୫ ଘର ବୁଲି ଦେଖିଲି ବାଦାମ ଖଜା ଭଲ ଅଛି ସେମାନେ ଏହାକୁ ଖୋଲି ଦେଇଥିବାରୁ ଏଭଳି ଦେଖା ଯାଉଥିଲା ବୋଲି ସଫେଇ ଦେଇଛନ୍ତି । ତେବେ ଶୁଣିବାକୁ ମିଳୁଛି , କୁଆଡେ ଏହି ଗୋଦାମ ରଦ୍ଦି ବାଦାମ ଖଜା ବଣ୍ଟନ ଘୋଟାଲାରେ ବହୁ ବିଭାଗୀୟ ଅଧିକାରୀଙ୍କ ପ୍ରଛନ୍ନ ହାତ ରହିଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: