ସରକାରୀ ନଥିପତ୍ରରେ ନଥିବା ପରିବାର 45ବର୍ଷ ଧରି ବାସ କରୁଛନ୍ତି ଜଙ୍ଗଲରେ !
ଦଶପଲ୍ଲା :- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ , ସରିଗଣ୍ଡା ଗ୍ରାମପଂଚାୟତ ଅନ୍ତର୍ଗତ କୁଟିବାରୀ ଗାଁ ର ରଂଜନ ବେହେରା । ନା ଅଛି ଆଧାର୍ କାର୍ଡ, ନା ଅଛି ଖାଉଟି କାର୍ଡ । ସରକାରକଂ ଖାଦ୍ୟ ସୁରକ୍ଷା ଆଇନ୍ , ସତେ ଯେମିତି ଉପହାସ କରୁଛି ରଂଜନ କୁଂ । କୁଆଁରିଆ ନଦୀବନ୍ଧ ଯୋଜନାରେ ନିଜର ଭିଟାମାଟି ହରାଇଲା ପରେ, ସର୍ବହରା ହୋଇ ,ରଂଜନ କଂ ବାପା ଚାଲିଆସିଥିଲେ ଏହି ଜଂଗଲ ମଧ୍ୟକୁ । ସେହିଦିନଠାରୁ ରଂଜନ କଂ ପରିବାରର ହିସାବ ସରକାରଙ୍କ ନଥିପତ୍ରରେ ନାହିଁ ।
ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ସରିଗଣ୍ଡା ପଞ୍ଚାୟତର ରଞ୍ଜନ ବେହେରାଙ୍କ ଘର… କୁଆଁରିଆ ଡ୍ୟାମ ଯୋଗୁଁ ବିସ୍ଥାପିତ ହେବା ପରେ ଦୀର୍ଘ 45ବର୍ଷ ଧରି ଏହି ଜଙ୍ଗଲ ଅଛନ୍ତି… ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ନାହିଁ ଆଧାର କାର୍ଡ କିମ୍ବା ଭୋଟର କାର୍ଡ ନାହିଁ… ବଡ଼ ଆଶ୍ଚଯ୍ୟ ଲାଗେ ପଂଚାୟତର ଜନପ୍ରତିନିଧି ବି ଜାଣିନାହାନ୍ତି…. pic.twitter.com/CgLN697nFi
— Nayagarh khabar (@NayagarhK) July 10, 2021
ସରକାର ଲୋକଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ସେ ସବୁ ଯୋଜନା ରଂଜନ କଂ ନିକଟରେ ଅଦ୍ୟାବଧି ପହଞ୍ଚି ପାରିନାହିଁ । ରଂଜନ କୁଂ ନା ମିଳିଛି ବସୁନ୍ଧରା ଯୋଜନା ରେ ଘରବାରୀ , ନା ଆବାସ ଯୋଜନାରେ ଘର ଖଣ୍ଡିଏ । ନିଜ ନାମରେ ଆଧାର କାର୍ଡ ନଥିବାରୁ ହୋଇପାରିନାହିଁ , ରାସନ୍ କାର୍ଡ । ଓଳିଏ ଖାଇଲେ ଓଳିଏ ଓପାସ ରହୁଥିବା ରଂଜନ କୁଂ କେବେ ମିଳୁଛି ସରକାରୀ ସହାୟତା ,ତାହା ଦେଖିବାକୁ ବାକି ରହିଲା ।
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ