ମୃତ ବାର୍ହା ସହିତ ବାଇକ୍ ଜବତ୍ : ୨ ଗିରଫ
ଦଶପଲ୍ଲା : 03/07/2021(ରିପୋର୍ଟ : ରତ୍ନାକର ହୋତା): – ଦଶପଲ୍ଲା ଗୁରୁବାର ବାର ବିଳମ୍ବିତ୍ ରାତିରେ ଦଶପଲ୍ଲା ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ଏକ ବାଇକ ସହିତ ଏକ ମୃତ ବାର୍ହା ଜବତ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଟାଙ୍ଗିସାହି ଗ୍ରାମର ଭାଗିରଥି ଯାନୀ ଓ ତ୍ରିଲୋଚନ ଯାନୀ କୂ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇ ଯିବାରୁ ସେମାନଙ୍କୁ ଜେଲ ହାଜତ କୂ ପଠାଇ ଦିଆଯାଇଛି |
ସୂଚନା ଯୋଗ୍ୟ ଯେ ବୁଧବାର ଦିନ କାଠ ଚୋର ମାନଙ୍କୁ ଧରିବା ପାଈଁ ଦଶପଲ୍ଲା ବନାଞ୍ଚଳ ଅଧିନସ୍ଥ ପୋଖରିଗୋଛା ସେକ୍ସନ ବନପାଳ ଶୁଭେନ୍ଦୁ କୁମାର ନାଏକ, ବନରକ୍ଷୀ ସଂଜୟ ମହାପାତ୍ର,ଅଜୟ ସାହୁ ଓ ଫରେଷ୍ଟ ସ୍କ୍ୱାର୍ଡ ମିଳିତ ଭାବେ କୁଆଁରିଆ-ଭୋଗବାଡି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଡ଼ାଳିପଦର ଠାରେ ବେ-ଆଇନ ଭାବେ ବାଇକ ରେ ଭାଗିରଥି ଏବଂ ତ୍ରିଲୋଚନ ଏକ ମୃତ ବାର୍ହାକୁ ଜରି ବସ୍ତାରେ ଧରି ଆସୁଥିବା ଦେଖି ତାଙ୍କୁ ଅଟକାଇ ଥିଲେ । ଏ ସମ୍ପର୍କ ରେ ବନବିଭାଗ କର୍ମଚାରିମାନେ ତାଙ୍କୁ କାଗଜପତ୍ର ମାଗିଥିଲେ ମଧ୍ୟ ସେମାନେ ଦେଖାଇ ପାରିନଥିଲେ | ଫଳରେ ବନକର୍ମଚାରୀମାନେ ବାଇକସହ ମୃତ ବାର୍ହାକୁ ଜବତ କରିବା ସହ ଭାଗିରଥି ଓ ତ୍ରିଲୋଚନକୁ ଧରି ଦଶପଲ୍ଲା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯାଳୟକୁ ଆଣି ପଚରାଉଚରା କରିଥିଲେ । ପଚରା ଉଚରା ସମୟ ରେ ସେମାନେ ଏହି ବାର୍ହାକୁ ଡ଼ାଳିପଦର ରୁ ଆଣିଥିବା ପ୍ରକାଶ କରିଥିବା ବେଳେ ଆଦିବାସୀ ଲୋକ ହୋଇଥିବାରୁ ତ୍ରିଲୋଚନଙ୍କ ମାଆ ମୃତ୍ୟୁ ସୁଧ କାର୍ଯ୍ୟ ପାଇଁ ଏହି ବାର୍ହା ନେଇ ଯାଉଥିବା ପ୍ରକାଶ କରିଥିଲେ ।
ପରେ ଏହି ଘଟଣା ରେ ବନ ବିଭାଗ ପକ୍ଷରୁ ୨୩/୨୦-୨୧ ରେ ଏକ ମୋକଦ୍ଦମା ରୁଜୁ କରାଯାଇ ମୃତବାର୍ହା କୂ ବ୍ୟବଛେଦ କରି ,ଭାଗିରଥି ଓ ତ୍ରିଲୋଚନକୁ କୋର୍ଟ ଚାଲାଣ କରାଯାଇଛି । ବନ ବିଭାଗ ପକ୍ଷରୁ ଏହି ଘଟଣା ର ଅଧିକ ତଦନ୍ତ ଜାରୀ ରହିଛି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ , ଦଶପଲ୍ଲା ଅଂଚଳରେ ପ୍ରତିଦିନ ବନ୍ୟପ୍ରାଣୀ କଂ ଅବାଧ ଶିକାର ହେଉଥିଲେ ମଧ୍ୟ ବନବିଭାଗ କିପରି ଓ କାହିଁକି ନିରବଦ୍ରଷ୍ଟା ସାଜିଛି ତାହା ବୁଝି ହେଉନାହିଁ ।
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?