ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା 2023: ଦ୍ଵିତୀୟ ଦିବସରେ ଅନୁଷ୍ଠିତ ହେଲା ଯଜ୍ଞରକ୍ଷା ଓ ଶିବଧନୁ ଭଗ୍ନ |
ଦଶପଲ୍ଲା:31/03/2023: ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାର ଆଜି ଦ୍ଵିତୀୟ ଦିବସରେ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣର ମୁଖ୍ୟ ମଞ୍ଚରେ ଜାଗରକ୍ଷା ଓ ଶିବଧନୁ ଭଗ୍ନ ମଞ୍ଚସ୍ଥ ହୋଇଯାଇଛି। ଆସନ୍ତୁ ଜାଣିବା ମଞ୍ଚସ୍ଥ ନାଟକରେ ରାମାୟଣଋ କେଉଁ କେଉଁ ଦୃଶ୍ୟ ପରିବେଷିତ ହୋଇଥିଲା:
ଯଜ୍ଞରକ୍ଷା ଓ ଶିବଧନୁ ଭଗ୍ନ ନାଟକରେ ରାମାୟଣର ପରିବେଷିତ ଦୃଶ୍ୟ
- ପ୍ରଥମେ ସିଦ୍ଧବନରେ ଋଷି ମାନଙ୍କ ଯଜ୍ଞରକ୍ଷା ଓ ସେଠାରେ ତାଡ଼କୀ ଅସୁରୀ ଓ ତାର ଦୁଇପୁତ୍ର ସୁବାହୁ ଓ ମାରିଚ ଅତ୍ୟାଚାର ପରିବେଷିତ ହୋଇଥାଏ।
- ସେତିକି ବେଳେ ଶୂନ୍ୟବାଣୀ ହୁଏ ଯେ ଦଶରଥ ନନ୍ଦନ ଶ୍ରୀରାମ ଓ ଲକ୍ଷ୍ମଣ ଅସୁରମାନଙ୍କୁ ନିଧନ କରିବେ। ମହର୍ଷି ବିଶ୍ଵାମିତ୍ର ଅଯୋଧ୍ୟା ଗମନ କରି ରାଜା ଦଶରଥଙ୍କୁ ସବୁକଥା କହି ଶ୍ରୀରାମ ଲକ୍ଷ୍ମଣଙ୍କୁ ଆଣି ସିଦ୍ଧବନରେ ତାଡ଼କୀ ଓ ସୁବାହୁକୁ ବଧ କରନ୍ତି।
- ଏହାପରେ ସେଠାରେ ଋଷିମାନଙ୍କ ଯଜ୍ଞକର୍ମ ସମାପନ ହୋଇଥାଏ। ସେହିଠାରେ ହିଁ ବିଶ୍ୱାମିତ୍ର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ବିଭିନ୍ନ ଦିବ୍ୟାସ୍ତ୍ର ପ୍ରଦାନ କରନ୍ତି।
- ସେହି ସମୟରେ ଜନକ ଆପଣାର ପୁତ୍ରୀ ସୀତାଙ୍କ ନିମନ୍ତେ ସ୍ଵୟମ୍ବରର ଆବେଦନ କରିଥିବା ଜାଣି ବିଶ୍ଵାମିତ୍ର ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ଜନକପୁରୀ ମିଥିଳା ଯାତ୍ରାକରନ୍ତି।
- ବାଟରେ ପାଷାଣ ଅହଲ୍ୟା ଉଦ୍ଧାର କରି ଗଙ୍ଗାପାର ହୋଇ ମିଥିଳା ଯାଆନ୍ତି।
- ସେଠାରେ ଶିବଧନୁ ଭଗ୍ନ କରିବା ପରେ ସୀତା ଶ୍ରୀରାମଙ୍କୁ ବରଣ କରନ୍ତି।
- ଏହି ସୁସମ୍ବାଦ ପାଇ ଦଶରଥ ସଦଳବଳେ ଅନ୍ୟ ପୁତ୍ରମାନଙ୍କୁ ନେଇ ମିଥିଳା ଗମନ କରନ୍ତି।
- ମୁନୀ ଋଷିଙ୍କ ଉପଦେଶ ଅନୁଯାୟୀ ଶ୍ରୀରାମ ସୀତା, ଭରତ ମାଳେଣୀ, ଲକ୍ଷ୍ମଣ ଉର୍ମିଳା ଓ ଶତୃଘ୍ନ ସୁକିର୍ତୀଙ୍କ ସହିତ ବିବାହ ସମ୍ପନ୍ନ କରିବା ପରେ ଋଷିଆଣୀ କରିଥାନ୍ତି।
ତେବେ ଏହି ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥିବା ବେଳେ ଶହଶହ ସଂଖ୍ୟାରେ ଦର୍ଶକ ଏହି ପ୍ରସଙ୍ଗକୁ ଉପଭୋଗ କରିଥାନ୍ତି।

More Stories
ତିନିଟି ଶିଶୁପୁତ୍ର ଜନ୍ମ ଦେଇଛନ୍ତି ମହିଳା।
ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର
ଭାରତ ବିକାଶ ସେଣ୍ଟ୍ରାଲ ଏକାଡେମୀର ୧୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ