NK NEWS ODISHA

News agency Odisha

ଦୁର୍ଦ୍ଦିନରେ ଦାରୁବ୍ରହ୍ମ ସାଂସ୍କୃତିକ ସମାଜ ପାଠାଗାର

Darubrahma Cultural Society Library In misery !
Spread the love

ଦୁର୍ଦ୍ଦିନରେ ଦାରୁବ୍ରହ୍ମ ସାଂସ୍କୃତିକ ସମାଜ ପାଠାଗାର

କଟକ : 24/10/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତର ପାଠକ ପାଠିକାଙ୍କ ନିମନ୍ତେ 1991 ମସିହାରୁ ସରକାରୀ ସୀକୃତି ପ୍ରାପ୍ତ ସର୍ବପୁରାତନ ପାଠାଗାର ଦାରୁବ୍ରହ୍ମ ସାଂସ୍କୃତିକ ସମାଜ ଯାହା କି ଆଜି ଜରାଜୀର୍ଣ୍ଣ ଅବସ୍ତାରେ ଭଡ଼ା ଘରେ ପଡ଼ିରହିଛି । ନାଁ ଅଛି ସ୍ଥାୟୀ ବାସଗୃହ ନାଁ ଅଛି ଆଲୋକୀ କରଣ। ଦୁଇଗୋଟି ଭଙ୍ଗା ଆଲମାରୀରେ ପଡ଼ିରହିଛି ମୂଲ୍ୟବାନ ପୁସ୍ତକ | ଏହି ପାଠାଗାରରେ ପାଞ୍ଚହଜାରରୁ ଅଧିକ ପୁସ୍ତକ ଥିବାରୁ ଏହାର ରକ୍ଷଣାବେକ୍ଷଣ କରିବା ବହୁ କଷ୍ଟସାଧ୍ୟ ହୋଇପଡୁଛି ।

ଯାହା ଫଳରେ ସଭାପତି ରଘୁନାଥ ସାହୁ ନିଜ ଘରେ ପେଟିରେ ପୁରାଇ ପୁସ୍ତକ ଗୁଡିକୁ ରଖିଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ସ୍ତରରେ ଉନ୍ନତି କରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ଏଭଳି ଏକ ଲୋକାଭିମୁଖୀ ପାଠାଗାର ପ୍ରତି ସରକାରଙ୍କ ଦୃଷ୍ଟି ନଥିବାରୁ ଅଞ୍ଚଳର ବୃଦ୍ଧିଜିବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ସଭାପତି ରଘୁନାଥ ସାହୁଙ୍କ କହିବା ଅନୁଯାୟୀ ସେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଏହି ବିଷୟରେ ଅବଗତ କରାଇଥିଲେ ମଧ୍ୟ ଫଳ କିଛି ମିଳିନାହିଁ। ଏହି ପାଠାଗାରର ସ୍ଥାୟୀ ବାସଗୃହ ସହିତ ଏହାର ବିକାଶ ନିମନ୍ତେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ସଭାପତି ରଘୁନାଥ ସାହୁ, ଉପ ସଭାପତି ବିଜୟ କୁମାର ମଲିକ, ସମ୍ପାଦକ ସରୋଜ କୁମାର ମଲ୍ଲ,ସହ ସମ୍ପାଦକ ରମାନାଥ ମଲିକ, ଲାଇବ୍ରେରୀୟାନ ସୁଧାକର ଦାଶ ପ୍ରମୁଖ ଦାବି କରିଛନ୍ତି

%d