ଗ୍ରାମ ଉନ୍ନୟନ ଅଧିକାରୀଙ୍କ ଅବହେଳା ଯୋଗୁଁ ବିପଦପୂର୍ଣ୍ଣ ମୁକୁଳା ପୋଲ ।
ନୂଆଗାଁ : 14/10/2021(ରିପୋର୍ଟ :ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଂଚଳ ର ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ଲୋକଙ୍କ ଉପକାର ବଦଳରେ ବିପଦକୁ ହାତ ଠାରି ଡାକୁଛି ମୁକୁଳା ପୋଲ । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଂଚାୟତର ମୁଖ୍ୟ ରାସ୍ତା ଠାରୁ ଆମ୍ବପଡା ଯୋଡ଼ା ସାହିକୁ ସଂଯୋଗ କରୁଥିବା ରାସ୍ତା |
ସୂଚନା ଅନୁସାରେ ଆମ୍ବପଡା ଠାରେ ଥିବା ଏକ ପୋଲ ର ସାଇଟ୍ ୱାଲ ଭୁଷୁଡି ପଡିଛି | ଫଳରେ ଅନେକଥର ଗୋରୁ, ଗାଇ ଓ ଷଣ୍ଡ ସେଠାରେ ପଡ଼ି ମୃତ୍ୟୁ ହେଉଛନ୍ତି | ଛୋଟ ଛୋଟ ପିଲା ନିତିଦିନ ସେହି ରାସ୍ତାରେ ଯିବାଆସିବା କରୁଛନ୍ତି । ଏମିତି ବିପଦ ଥିବାରୁ ଅଞ୍ଚଳର ଲୋକମାନେ ବହୁଥର ଅଭିଯୋଗ କରିଛନ୍ତି | କିନ୍ତୁ କୌଣସି ସୁଫଳ ମିଳିନାହିଁ। ଏହି ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ ହୋଇପାରୁନାହିଁ | ଏଣୁ ଜିଲ୍ଲାପାଳ ଦୁଷ୍ଟି ଦେବାପାଇଁ ଅଂଚଳ ବାସିନ୍ଦା ଦାବି କରିଛନ୍ତି ।
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ