ଦାଦନ ଖଟିବାକୁ ଯାଇ ଜଣେ ନିଖୋଜ୍ ! ସଂଦେହରେ ପରିବାର..
ଦଶପଲ୍ଲା :20/05/2022(ବ୍ୟୁରୋ ): ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ । ରାଜସ୍ଥାନ କାମ କରିବାକୁ ଯାଇଥିବା ପୁଅର କୌଣସି ସନ୍ଧାନ ପାଉ ନାହାନ୍ତି ପରିବାର । ସାଥୀ ହୋଇ ଯାଇଥିବା ସହଯୋଗୀ , ମୃତ୍ୟୁ ସୂଚନା ଦେବା ପରେ ତାଙ୍କ ଫୋନ୍ ବନ୍ଦ ରହିଛି । ଏଥି ନେଇ ପରିବାରରେ କାନ୍ଦ ବୋବାଳି ପଡ଼ିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି , ଦଶପଲ୍ଲା ଥାନା ଅଧୀନସ୍ଥ ତୁମାଣ୍ଡି ଗ୍ରାମରେ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ , ଗ୍ରାମର ରବି ବେହେରା ପରିବାର ଲୋକଙ୍କ ଅଜ୍ଞାତରେ ଗତ ୧୫ ତାରିଖ ଦିନ ଶିବ ନାୟକଙ୍କ ପୁଅ ସୁମନ୍ତ ( ୩୦ ) ଙ୍କୁ ରାଜସ୍ଥାନ କାମ କରିବା ପାଇଁ ନେଇଛନ୍ତି । ପୁଅକୁ ଖୋଜାଖୋଜି କରିବା ସମୟରେ ରବିଙ୍କ ପତ୍ନୀ ଶାରଦା ତାଙ୍କ ସ୍ଵାମୀଙ୍କ ସହିତ ସୁମନ୍ତ କାମ କରିବାକୁ ରାଜସ୍ଥାନ ଯାଇଥିବା କହିଥିଲେ ।ପୁଅ ସହିତ କଥା କରାଇବା ପାଇଁ ପରିବାର ଲୋକ କହିଥିଲେ । ହେଲେ କୌଣସି କଥା ନ କରାଇ ଗତ ୧୭ ତାରିଖ ଦିନ ରାତିରେ ଶାରଦା ହଠାତ୍ ଆସି ସୁମନ୍ତଙ୍କ ମୃତ୍ୟୁ ହୋଇଥିବା କଥା କହିଥିଲେ । ଯାହାକୁ ନେଇ ଘରେ କାନ୍ଦ ବୋବାଳି ପଡ଼ିବା ସହ ରବିଙ୍କ ସହ କଥା କରାଇ ଦେବାକୁ ପରିବାର ଲୋକ କହିଥିଲେ । ହେଲେ ସେ ଦେଇଥିବା ଫୋନ୍ ନମ୍ବରଟି ବନ୍ଦ ରହିଥିବାରୁ ପରିବାର ଲୋକଙ୍କ ମଧ୍ୟରେ ନାନା ସନ୍ଦେହ ପ୍ରକାଶ ପାଇଛି ।
ପୁଣି ପୁଅର କିଛି ହୋଇନି ସେ ଗତକାଲି ଘରକୁ ଆସିବ ବୋଲି କହିଥିଲେ । ହେଲେ ଏଯାଏଁ ପୁଅର କୌଣସି ସନ୍ଧାନ ମିଳୁନଥିବାରୁ ସୁମନ୍ତଙ୍କ ମା ’ ରାତ୍ର ନାୟକ ଗତକାଲି ଦଶପଲ୍ଲା ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଛି । ଅନ୍ୟ ପାର୍ଶ୍ଵରେ ଦେଖିବାକୁ ଗଲେ , କାମ ନ ପାଇ ଓଡ଼ିଶାରୁ ଦାଦନମୁହାଁ ହେଉଥିବା ଅନେକ ଶ୍ରମିକଙ୍କ ମୃତ୍ୟୁ ହେଉଛି । ପ୍ରକାଶ ଥାଉକି, ଗତମାସରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କର ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବାବେଳେ, ତାକଂର ମଧ୍ୟ ମୃତ୍ୟୁ ହୋଇଥିଲା ।
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?