NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବନବିଭାଗର ଦବଙ୍ଗଗିରି : ଘରେ ପଶି ନେଇଗଲେ ବାଉଁଶ |

Spread the love

ବନବିଭାଗର ଦବଙ୍ଗଗିରି : ଘରେ ପଶି ନେଇଗଲେ ବାଉଁଶ |

ଦଶପଲ୍ଲା :09/08/2021(ରିପୋର୍ଟ : ନିୟୁଜ ହେଡ଼ ): ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଂଚାୟତର 57ନଂ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପାର୍ଶ୍ଵରେ ଝୁମ୍ପୁଡି କୁଡିଆରେ ରହି, ପାର୍ଶ୍ବବର୍ତ୍ତୀ ବଣ ଜଂଗଲରୁ ବାଉଁଶ ଆଣି ବାଉଁଶପାତିରେ ବୋଝ,ଚାଗୁଂଡି,କୁଲା,ଡାଲା ବୁଣି ପ୍ରତିପୋଷଣ ହେଉଥିବା ଗରିବ ଡ଼ମ ସଂପ୍ରଦାୟ ଉପରେ ଆଜି ବନବିଭାଗ ଦେଖାଇଛି ଦବଙ୍ଗଗିରି ।

ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ଡମସାହି ସଂପ୍ରଦାୟଙ୍କ ଘର ଉପରେ ଦଶପଲ୍ଲା ବନବିଭାଗ କର୍ମଚାରୀମାନେ ସଦଳବଳେ ଚଢ଼ାଉ କରି ପ୍ରାୟ 15ଟି ପରିବାରଙ୍କ ଘରୁ ପ୍ରାୟ ୨୦୦ ବାଉଁଶ ଜବତ କରିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ ବାଉଁଶ ଏସବୁ କିଣି ଆଣଛନ୍ତି ||ସେଥିରେ ବିଭିନ୍ନ ବାଉଁଶ ଘରକରଣା ଜିନିଷ ତିଆରିକରି ନିଜର ଜୀବନ ଜୀବିକା ନିର୍ବାହ କରନ୍ତି । କିନ୍ତୁ ବନବିଭାଗ କର୍ମଚାରୀମାନେ ଆଜି ଦିନ ୩ଟାରେ ଚଢ଼ାଉ କରି ସବୁ ବାଉଁଶ ଏକ ଟ୍ରାକ୍ଟର ଯୋଗେ ନେଇଯାଇଥିଲେ । ଗରିବ ସଂପ୍ରଦାୟର ଲୋକମାନେ ଯେତେ କାକୁତି ମିନତୀ ହୋଇଥିଲେ ମଧ୍ୟ ସେମାନେ କିଛି ଶୁଣିନଥିଲେ ।

ଏହାର ପ୍ରତିବାଦରେ ଶତାଧିକ ଡ଼ମ ସଂପ୍ରଦାୟର ଲୋକ ଆଜି ଦିନ ୯ଘଟିକା ସମୟରେ ଟାକରା ବନପାଳଙ୍କ କାର୍ଯ୍ୟାଳୟ ସମୁଖରେ 57ନଂ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିଥିଲେ । ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।

%d bloggers like this: