ଓଡିଶାକୁ ମାଡି ଆସୁଛି ଆଉ ଏକ ବାତ୍ୟା : ଏହି ଜିଲ୍ଲା ପାଇଁ ଜାରି ହେଲା ହାଇଆଲର୍ଟ |
ଭୁବନେଶ୍ୱର : 25/09/2021(ବ୍ୟୁରୋ): ଓଡିଶା ପାଇଁ ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଏକ ଅବପାତ | ଏହି ଅବପାତ କ୍ରମଶଃ ଗଭୀର ଅବପାତରେ ପରିଣତ ହୋଇସାରିଛି । ଗୋପାଳପୁର ଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବର 510 କିଲୋମିଟର ଦୂରରେ ଏହା ଅବସ୍ଥିତ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ । ଏହା ଘଣ୍ଟାରେ 12 କିମି ବେଗରେ ଉପକୂଳ ଆଡ଼କୁ ମୁହାଁଉଛି। ଆଗାମୀ 12 ଘଣ୍ଟାରେ ଘନୀଭୂତ ହୋଇ ଏହା ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ତେବେ 26 ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ଗୋପାଳପୁର- ବିଶାଖାପାଟଣା ମଧ୍ୟ କଳିଙ୍ଗପଟ୍ଟନମରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ 70ରୁ 80 କି.ମି. ରହିବ ବୋଲି କୁହାଯାଉଛି । ଆଉ ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, କୋରାପୁଟ,ମାଲକାନଗିରି ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ସେହପରି ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଅକସ୍ମାତ ବନ୍ୟା ଓ ଭୂସ୍ଖଳନ ପରି ପରି ପରିସ୍ଥିତି ଉପୁଜିପାରେ ବୋଲି ଚେତାବନୀ ଦିଆଯାଇଛି ।
ସେପଟେ ବାତ୍ୟା ଆଶଙ୍କା ଯୋଗୁଁ ଗଜପତି ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ଗଜପତି ଜିଲ୍ଲାରେ 25 ଓ 26 ତାରିଖରେ ଅଫିସରଙ୍କ ଛୁଟି ବାତିଲ ହୋଇଛି । ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଅଫିସରଙ୍କୁ ହେଡକ୍ୱାଟର୍ସରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ କେହି ହେଡକ୍ୱାଟର୍ସ ନ ଛାଡ଼ିବାକୁ କୁହାଯାଇଛି । 25 ରୁ 27 ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବାରୁ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି ।
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ