ସାଇକ୍ଲୋନ୍ ଜାୱାଦ : ଜାଣନ୍ତୁ କଣ ଅଛି ଓଡିଶା ପାଇଁ ଆଲର୍ଟ… - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସାଇକ୍ଲୋନ୍ ଜାୱାଦ : ଜାଣନ୍ତୁ କଣ ଅଛି ଓଡିଶା ପାଇଁ ଆଲର୍ଟ…

Cyclone Jawad: Find out what the alert is for Odisha ...
Spread the love
ADVERTISEMENT
ADVERTISEMENT

ସାଇକ୍ଲୋନ୍ ଜାୱାଦ : ଜାଣନ୍ତୁ କଣ ଅଛି ଓଡିଶା ପାଇଁ ଆଲର୍ଟ…

ଭୁବନେଶ୍ୱର:03/12/2021(ବ୍ୟୁରୋ ): ସମ୍ଭାବ୍ୟ ବାତ୍ୟା 4 ତାରିଖରେ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି | ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି କରିଛନ୍ତି। ସୂଚନା ଅନୁସାରେ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓଙ୍କ ସହିତ ଜିଲ୍ଲାପାଳ ପ୍ରସ୍ତୁତି ବୈଠକ କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ସତର୍କ ରହିବାକୁ ସବୁ ଅଧତ୍କାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଟାଙ୍ଗି, ଚିଲିକା ଓ ବାଣପୁର ଉପରେ ଅଧିକ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି। ସେହିଭଳି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ବି ସରକାରୀଙ୍କ କର୍ମଚାରୀଙ୍କ ଛୁଟି ବାତିଲ କରିଛି ଜିଲ୍ଲା ପ୍ରଶାସନ ।

ADVERTISEMENT

ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ 17ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍‌ଆର୍‌ସି। ଏଥିସହିତ 225ଟି ଓଡ୍ରାଫ୍ ଏବଂ ଏନ୍‌ଡିଆରଏଫ୍‌ ଟିମ୍ ମୁତୟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି। ଏହି ବାତ୍ୟା ପ୍ରଭାବରେ ପକ୍କା ଘରର କିଛି ଅସୁବିଧା ହେବନାହିଁ । ତେଣୁ କଚ୍ଚା ଘର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଥିବା କହିଛନ୍ତି । ଆବଶ୍ୟକ ସ୍ଥଳେ ସମୁଦ୍ର କୂଳିଆଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ସେ କହିଛନ୍ତି। ଚାଷ ଜମିରୁ ଅମଳକ୍ଷମ ଧାନ କାଟି ଆଣିବାକୁ ଚାଷୀମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।

ଏସବୁ ପ୍ରସ୍ତୁତ ମଧ୍ୟରେ ବାତ୍ୟା ଆଶ୍ରୟସ୍ଥଳରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି । ସେପଟେ ବାତ୍ୟାକୁ ନେଇ ଜନସାଧାରଣ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ୍ କରିଛନ୍ତି ଏସଆର୍‌ସି । ପନିପରିବା କିଣାକିଣି ପାଇଁ ଅଯଥା ଗହଳି ନ କରିବାକୁ କୁହାଯାଇଛି । ବଜାରରେ କୌଣସି ସାମଗ୍ରୀର ଅଭାବ ନାହିଁ । ତେଣୁ ଅଯଥା ଗହଳି ନ କରିବାକୁ ପରାମର୍ଶ ଦିଆଯାଇଛି ।

ଆଜି ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଅବପାତ । ଏହି ଅବପାତ ଆସନ୍ତା 24ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ 850 କିଲୋମିଟର ଦୂରରେ ରହିଛି । ସମ୍ଭାବ୍ୟ ବଡ଼ ବିପଦକୁ ଆଶଙ୍କା କରି ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ 1ନମ୍ବର ବିପଦ ସଂକେତ ଜାରି କରାଯାଇଛି । 4 ତାରିଖ ସକାଳ ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ପହଞ୍ଚି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଗତି କରିପାରେ ।ଏହାପରେ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାରି ପ୍ରଭାବରେ 4 ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ | ଫଳରେ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସାଢ଼େ 8ଟାରୁ 4ତାରିଖ ସକାଳ ସାଢ଼େ 8ଟା ଯାଏଁ 5ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହି 5ଟି ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା | 5ତାରିଖ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: