ଓଡ଼ିଶାରେ “ଡିଜିଟାଲ ସେବା କେନ୍ଦ୍ର” ଏବେ ଦିଗହରା !
ଭଦ୍ରକ : 11/07/2021(ରିପୋର୍ଟ :ସମୀର ମହାନ୍ତି ): ଭଦ୍ରକ,ପ୍ରାୟ 30 ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ରୋଜଗାରର ଆଶା ଭରଷା ଦେଇ ଠକିଦେଲେ କେନ୍ଦ୍ର ଏବଂ ରାଜ୍ୟ ସରକାର। ସାଧାରଣ ଲୋକଟେ ସମସ୍ତ ପ୍ରକାର ସରକାରୀ ସେବା ଏହି କେନ୍ଦ୍ରରେ ପାଇବାକୁ ନେଇ 2008 ମସିହାରୁ ସାରା ଭାରତରେ ପ୍ରତିଷ୍ଠା ହୋଇଥିଲା କମନ ସର୍ଭିସ ସେଣ୍ଟର( CSC )/ ଜନ ସେବା କେନ୍ଦ୍ର। କିନ୍ତୁ ତାହା ଆଜକୁ 13 ବର୍ଷ ହୋଇଯିବ ସେଇ ପବ୍ଲିକ ସେବାରେ ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ପଡୁଛି। ଦିନ ରାତି ଡିଣ୍ଡିମ ପିଟୁଥିବା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କେବଳ ପ୍ରହସନ କରିବାରେ ବ୍ୟସ୍ତ। ସାଧାରଣ ଲୋକଟେ ଘର ପାଖରେ ସମସ୍ତ ସରକାରୀ ସେବା ପାଇବେ ବୋଲି ଚିତ୍କାର କରୁଥିବା ସରକାର ଆଜି ବାସ୍ତବରେ ଲୋକଙ୍କୁ ସରକାରୀ ସେବା ଦେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ଏବଂ ରୋଜଗାର ଦେବା ନାଁ ରେ ୩୦ହଜାରରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କ ଭବିଷ୍ୟତ ସହ ବାରମ୍ବାର ଖେଳ ଖେଳୁଛନ୍ତି ଉଭୟ ସରକାର।
ଆଜି ବି ସାଧାରଣ ଲୋକଟେ ସରକାରୀ ଅଫିସକୁ ବାରମ୍ବାର ଦୌଡ଼ିଲା ପରେ ବି ରେସନ କାର୍ଡ, ଲେବର କାର୍ଡ,ଭୋଟର କାର୍ଡ,ଆଧାର କାର୍ଡ ଭଳି ଅତ୍ୟାବଶ୍ୟକ କାଗଜପତ୍ର ଟିଏ କରିପାରୁନି। ତେବେ ଏହି ସବୁ ଅତ୍ୟାବଶ୍ୟକ କାଗଜପତ୍ର ଯାହା ଲୋକମାନେ କୌଣସି ଅଫିସକୁ ନଯାଇ ନିଜ ଗାଁରେ ଜନ ସେବା କେନ୍ଦ୍ରରେ ପାଇ ପାରିବେ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ତାହା ବାସ୍ତବିକ କେତେଦୂର କାର୍ଯ୍ୟକ୍ଷମ ତାହା ସାଧାରଣ ଲୋକଟିକୁ ଜଣା।
ତେବେ ଏ ସବୁ ପରେ ରାଜ୍ୟ ସରକାର ନିଜ ପୋର୍ଟାଲ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ସେବା “ମୋ ସେବା କେନ୍ଦ୍ରରେ” ପାଇବେ ବୋଲି ଯେଉଁ ଡିଣ୍ଡିମ ପିଟିଲେ ତାହା ବାସ୍ତବିକ ଆଜିଯାଏଁ ବି ଜଣାପଡିଲା ନାହିଁ। ତେବେ କେବେ ଏସବୁର ସୁଫଳ ମିଳୁଛି ଏବଂ ସାଧାରଣ ଲୋକଟେ କେବେ ତା ଘର ପାଖରେ ସମସ୍ତ ସେବା ପାଇ ପାରୁଛି ତାହା ଦେଖିବାକୁ ବାକି ରହିଲା।
More Stories
ବିଦ୍ୟାଳୟ ପରିସରରେ ମହୁମାଛି ଆକ୍ରମଣରେ ଛାତ୍ରଛାତ୍ରୀ ଗୁରୁତର…!
ସମ୍ମାନିତ ହେଲେ ବୟୋଜ୍ୟେଷ୍ଠ ସାମ୍ବାଦିକ ଚତୁର୍ଭୁଜ ଦାସ
ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଭାରତରତ୍ନ ବାବା ସାହେବ ଡା.ଆମ୍ବେଦକରଙ୍କ 131ତମ ଜୟନ୍ତୀ ପାଳନ |