NK NEWS ODISHA

News agency Odisha

ଠାବହେଲା ବେଆଇନ ବନ୍ଧୁକ ତିଆରି କାରଖାନା

Spread the love

ଠାବହେଲା ବେଆଇନ ବନ୍ଧୁକ ତିଆରି କାରଖାନା

ନବରଙ୍ଗପୁର:03/07/2021(ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ରାଇଘର ଥାନା ଅଞ୍ଚଳର ମାଣ୍ଡିଆବେଡା ଗ୍ରାମରେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି ପୋଲିସ ।ଆଜି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାଇଘର ପୋଲିସ ରାଇଘର ଥାନା ଅନ୍ତର୍ଗତ ହାତିଗାଁ ପଞ୍ଚାୟତର ମାଣ୍ଡିଆବେଡା ଗ୍ରାମରେ ଚଢାଉ କରି ସଗରାମ ଲୋହାରା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ତା’ ଘରୁ ଦୁଇଟି ଅର୍ଦ୍ଧ ନିର୍ମିତ କାଠ ବନ୍ଧୁକ ସହ ଛଅଟି ବେରେଲ୍ ପାଇପ୍, ଟ୍ରିଗର ଛଅଟି, ଚାରିଟି ସେଫ୍ଟି ଲକ୍, ଚାରିଟି ହାତୁଡ଼ି ସହ ଦୁଇଟି କିପେଡ ମୋବାଇଲ ଜବତ କରାଯାଇଛି । ଏନେଇ ରାଇଘର ଥାନାରେ କେସ ନମ୍ବର ୧୨୭/୨୧ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଉମରକୋଟ ଏସଡିପିଓ ଦିନେଶ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।

%d