ଟୀକାକରଣ କେନ୍ଦ୍ରରେ କୋଭିଡ ନିୟମ ଖୋଲାଖୋଲି ଉଲଂଘନ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଟୀକାକରଣ କେନ୍ଦ୍ରରେ କୋଭିଡ ନିୟମ ଖୋଲାଖୋଲି ଉଲଂଘନ !

Covoid rules openly violate at vaccination center!
Spread the love
ADVERTISEMENT
ADVERTISEMENT

ଟୀକାକରଣ କେନ୍ଦ୍ରରେ କୋଭିଡ ନିୟମ ଖୋଲାଖୋଲି ଉଲଂଘନ !

ଗଣିଆ : 29/09/2021(ରିପୋର୍ଟ : ମାନସ ରଞ୍ଜନ ଦାସ): ଏବେ ପାର୍ବଣ ସମୟ | ଏହି ସମୟରେ ବେପରୁଆ ହେଲେ ସଂକ୍ରମଣ ପୁଣି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ କୋଭିଡ୍ ନିୟମ ଆଉ ମାସେ କଡ଼ାକଡ଼ି ପାଳନ କରିବା ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖି କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଅବଗତ କରିଛନ୍ତି।
ପାର୍ବଣ ଓ ଧାର୍ମିକ ଉତ୍ସବ ସମୟରେ ଲୋକଙ୍କ ଏକତ୍ରୀକରଣ ହୋଇଥାଏ। ତେଣୁ ଏହା ହେଲେ କୋଭିଡ୍ ସଂକ୍ରମଣ ପୁଣି ବ୍ୟାପି ଯିବ। ଏହାକୁ ରୋକିବାକୁ ଅଧିକ ଯତ୍ନବାନ ହେବା ସହ କଡ଼ା ପଦକ୍ଷେପ ନେବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ଗୃହ ସଚିବ ପରାମର୍ଶ ଦେଇଛନ୍ତି।

ADVERTISEMENT

ପୂର୍ବଭଳି ଜିଲ୍ଲା ପ୍ରଶାସନମାନେ ସେମାନଙ୍କ ଜିଲ୍ଲାରେ ନିୟମିତ ଢଙ୍ଗରେ ସଂକ୍ରମଣ ହାର ଓ ମେଡିକାଲରେ ଆଇସିୟୁ ବେଡ୍ ଅକ୍ୟୁପାନ୍ସି ପରଖୁଛନ୍ତି କି ନାହିଁ, ତାଉପରେ ବି ଧ୍ୟାନ ଦେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି। ଏଥିସହ କରୋନା ମୁକାବିଲା ଦିଗରେ ସବୁଠୁ ବଡ଼ ଅସ୍ତ୍ର ମନେ କରାଯାଉଥିବା ପାଞ୍ଚ ସୂତ୍ରୀ ମନ୍ତ୍ର-ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ଗୃହ ସଚିବ କହିଛନ୍ତି।

ହେଲେ ଗଣିଆ ମେଡିକାଲରେ ଖୋଲା ଯାଇଥିବା ଟୀକା କେନ୍ଦ୍ରର ରହୁନି ସାମାଜିକ ଦୂରତ୍ୱ | ମୁହଁରେ ରହୁନି ମାସ୍କ | କରୋନା ସାରା ବିଶ୍ଵରେ ଆତଙ୍ଗ ସୃଷ୍ଟି କରିଥିବା ବେଳେ ଲୋକ ମାନେ ସୁସ୍ଥ ରହିବା ପାଇଁ କେନ୍ଦ୍ର ସରକାର କୋଭିଡ଼ି ଟୀକା ବ୍ୟବସ୍ଥା କରି ଥିଲେ ମଧ୍ୟ ନୟାଗଡ ଜ଼ିଲ୍ଲା ଗଣିଆ ମେଡିକାଲ ରେ ଆଜି ସକାଳ 8ଘଟିକା ସମୟରେ ଟୀକା ନେବା ପାଇଁ ଆସିଥିବା ଲୋକମାନେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି| ଆମ ରିପୋଟର ଗ୍ରାଉଣ୍ଡକୁ ଯାଇ ଦେଖିବାରେ ଜଣା ଗଲା ଯେ, ଶହ ଶହ ଲୋକ ଟୀକା ନେବାପାଇଁ ଧାଡି ରେ ଠିଆ ଥିଲେ କାହାର ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ନକରି ଟୀକା ଦିଆଯାଉଛି |

ଆହୁରି ଶୁଣିବାକୁ ମିଳୁଛି କଟକ ଜ଼ିଲ୍ଲାର ବଡମ୍ବା ନରସିଂହପୁର ଲୋକମାନେ ଏହିଠାରେ ଟୀକା ନେବାକୁ ଆସିଛନ୍ତି | ଫଳରେ ଗଣିଆ ବ୍ଲକର ଲୋକମାନେ ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି | ଟୀକା କେନ୍ଦ୍ରରେ ପ୍ରବଳ ଗହଳି ଦେଖି ମେଡିକାଲ ଇନିଚାର୍ଜ ମଧୁସୂଦନ ଦାସ ଗଣିଆ ପୋଲିସକୁ ସହାୟତା ମାଗି ବାରୁ ପୋଲିସ କର୍ମଚାରୀ ମାନେ ଆସି ଲୋକମାନଙ୍କୁ ଆୟତ କରିବା ସହ ଧାଡି ରେ ଠିଆ ହୋଇ ଟୀକା ନେବାକୁ ଅନୁରୋଧ କରିଥିଲେ l

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: