ଜଗନ୍ନାଥ ପ୍ରସାଦ ଅଙ୍ଗନୱାଡି କର୍ମୀ କଲେ କରୋନା ସଚେତନତା ରାଲି
ଗଣିଆ : 11/07/2021(ରିପୋର୍ଟ :ମାନସ ରଞ୍ଜନ ଦାଶ ): ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଆଦିବାସୀ ଅଧୁଷିତ ଅଂଚଳ ହୋଇଥିବା ବେଳେ, ଲୋକମାନକୁ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି ଅଙ୍ଗନୱାଡି କର୍ମୀ | ଗାଁ ଦାଣ୍ଡରେ ସଚେତନତା ରାଲି ପଦର୍ଶନ କରି ଲୋକମାନଙ୍କୁ ସଚେତନ କରିଥିଲେ ଆଶାକର୍ମୀ | ଗଣିଆ ବ୍ଲକ ଆଡକଟା ଗ୍ରାମପଞ୍ଚୟତର ଜଗନ୍ନାଥ ପ୍ରସାଦର ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନେ କରୋନା ସଚେତନ ରାଲି ଏବଂ ଶୋଭାଯାତ୍ରା କରିଥିଲେ | ଅଙ୍ଗନୱାଡି ସୁପରଫାଇଜର କଳ୍ପନା ମିଶ୍ର ଓ ସରପଞ୍ଚ ବ୍ରଜ କିଶୋର ଜେନ ଓ ସେଣ୍ଟରର ସମସ୍ତ କର୍ମୀ ଉପସ୍ଥିତ ଥିଲେ |
— Nayagarh khabar (@NayagarhK) July 11, 2021
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |
ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |