କଳିଙ୍ଗ ଷ୍ଟାଡିୟମରେ କରୋନା ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କଳିଙ୍ଗ ଷ୍ଟାଡିୟମରେ କରୋନା !

Corona at Kalinga Stadium!
Spread the love
ADVERTISEMENT
ADVERTISEMENT
ADVERTISEMENT

କଳିଙ୍ଗ ଷ୍ଟାଡିୟମରେ କରୋନା !

ଭୁବନେଶ୍ୱର:04/12/2022(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମର ମିଡିଆ ସେଣ୍ଟର ବ୍ୟବହାର କରିଥିଲେ। RT-PCR ଟେଷ୍ଟ ବେଳେ ଗତକାଲି ସେ ପଜଟିଭ ଚିହ୍ନଟ ହୋଇଛନ୍ତି।

ADVERTISEMENT

ସଂକ୍ରମିତ ଜଣକ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସୋସିଆଲ୍ ମିଡିଆ ଟିମ୍ ସଦସ୍ୟ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଜଣେ ସଂକ୍ରମିତ ଚିହ୍ନଟ ପରେ ଏବେ ମିଡିଆ ସେଣ୍ଟରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

ଗତ ନଭେମ୍ବର 24ତାରିଖରୁ ଜୁନିଅର ପୁରୁଷ ବିଶ୍ୱକପ୍ ହକି ଆରମ୍ଭ ହୋଇଥିଲା | ଏଥିରେ ଭାରତ ସମେତ ୧୫ଟି ବିଦେଶୀ ଟିମ୍‌ ଭାଗ ନେଇଛନ୍ତି । କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବା ଲାଗି ଏକ ବାୟୋ ବବଲ୍‌ ପ୍ରସ୍ତୁତ କରାଯାଇଥିଲ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଦେଶୀ ଖେଳାଳି କରୋନାରେ ଆକ୍ରାନ୍ତ ହୋଇନଥିବା ସୂଚନା ମିଳିଛି। କରୋନା ପଜିଟିଭ୍‌ ଚିହ୍ନଟ ପରେ ସମସ୍ତ ଗଣମାଧ୍ୟମ ପ୍ରତିନିଧି RT-PCR ଟେଷ୍ଟ କରିଥିଲେ ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: