ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ ପାଇଁ କଂଗ୍ରେସର ପ୍ରତିବାଦ ଓ ବିଡ଼ିଓ ଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ ପାଇଁ କଂଗ୍ରେସର ପ୍ରତିବାଦ ଓ ବିଡ଼ିଓ ଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

Spread the love
ADVERTISEMENT
ADVERTISEMENT

ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ ପାଇଁ କଂଗ୍ରେସର ପ୍ରତିବାଦ ଓ ବିଡ଼ିଓ ଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

ନିଶ୍ଚିନ୍ତକୋଇଲି : 07/07/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ ): ସବୁଠି ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଚର୍ଚ୍ଚା,କାରଣ ଖାଉଟି ସାମଗ୍ରୀର ଦରବୃଦ୍ଧିକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଏବେ ପୁଣି ଏକ ଚିନ୍ତା ବଢ଼ାଇଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ |ଦିନକୁ ଦିନ ରନ୍ଧନ ଗ୍ୟାସର ଦର ବଢୁଛି ତ ସେପଟେ ପେଟ୍ରୋଲ ସେଞ୍ଚୁରୀ ପାର କରିଛି ତେଣୁ ସାରା ରାଜ୍ୟରେ କଂଗ୍ରେସ ଦରବୃଦ୍ଧିକୁ ବିରୋଧ କରି ରାଜରାସ୍ତାକୁ ଓଲ୍ହାଇ ଏହାର ପ୍ରତିବାଦ କରିଛନ୍ତି |

ADVERTISEMENT

ଆଜି କଟକ ମାହାଙ୍ଗା ନିର୍ଵାଚନ ମଣ୍ଡଳୀର କଂଗ୍ରେସ ନେତା ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ଙ୍କ ତତ୍ୱାବଧାନରେ ନିଶ୍ଚିନ୍ତ କୋଇଲି ବ୍ଲକ କଂଗ୍ରେସ ତରଫରୁ ନିଶ୍ଚିନ୍ତ କୋଇଲି ବ୍ଲକ ରେ ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନା ରେ ପ୍ରତିବାଦ କରାଯାଇ ଧାରଣା ଦିଆଯାଇଛି. ଏଥିରେ ଅନେକ କଂଗ୍ରେସ କର୍ମୀ କରୋନା କଟକଣାକୁ ମାନି ପ୍ରତିବାଦ ଓ ଧାରଣା ରେ ଯୋଗ ଦେଇଥିଲେ.. କଂଗ୍ରେସ ନେତା ଦେବ ସାହୁ କେନ୍ଦ୍ରସରକାରଙ୍କ ଅପାରଗତକୁ ସମସ୍ତଙ୍କ ସାମନାରେ ଉପସ୍ଥାପନ କରିବା ସହିତ ମୋଦି ସରକାରଙ୍କ ମନମୁଖୀ ଶାସନକୂ କଦାପି ବରଦାସ୍ତ କରାଯିବ ନାହିଁ ଓ ଯେତେ ଦିନ ଯାଏ ଆଶାନୁରୂପକ ତୈଳ ଦର ନା କମିଛି ସେତେଦିନଯାଏ ଏ ଲଢେଇ ଜାରିରହିବ ବୋଲି କହିଥିଲେ |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: