ଦରଦାମ ବୃଦ୍ଧିକୁନେଇ ଓଡଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା
ଓଡ଼ଗାଁ : 08/07/2021(ରିପୋର୍ଟ :ନିରଞ୍ଜନ ସାହୁ/ରବିନ୍ଦ୍ର କୁମାର ସାହୁ ): ସାରା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଧାନର କ୍ୟୁଣ୍ଟାଲ ପ୍ରତି ଏମ.ଏସ.ପି ୨୯୩୦ ଟଙ୍କାକୁ ବୃଦ୍ଧି କରିବା, ଧାନ କିଣିବା ଟୋକନ ଅବଧିକୁ ଜୁନ ୩୦ ପରିବତେର୍ ଜୁଲାଇ ୨୫ ତାରିଖକୁ ବୃଦ୍ଧି କରିବା, ରବି ଋତୁରେ ସମସ୍ତ ଚାଷୀ ଭାଇଙ୍କୁ ରିହାତି ଦରରେ କୀଟନାଶକ ଓୗଷଧ ପ୍ରଦାନ ସହ ରାଜ୍ୟ ସରକାର ଧାନକିଣି ନପାରିବାରୁ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ ଓ ବିଭିନ୍ନ ଦାବି ନେଇ ଆଜି ଦିନ 10ଘଂଟିକା ସମୟରେ ଓଡଗାଁ ବ୍ଲକ କଂଗ୍ରେସ କମିଟି ତରଫରୁ ଓଡଗାଁ ବ୍ଲକ କାର୍ଯ୍ୟାଳୟ ଆଗରେ କୋଭିଡ ନିୟମକୁ ମାନି ଧାରଣା ଦେଇଥିବା ଦେଖିବାକୁ ମିଳିଛି। ଆଜିର ଏହି କାର୍ଯକ୍ରମ ରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଞ୍ଜିତ ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକ, ଜଗନ୍ନାଥ ନାୟକ, ଦେବରାଜ ପାଢ଼ୀ, ପୂର୍ଣଚନ୍ଦ୍ର ପାଣିଗ୍ରାହୀ, ବିଭୁତି ରାଉତ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ନାରାବାଜି କରିଥିବା ଦେଖିବାକୁ ମିଳିଛି।
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ