ନୂଆଗାଁ ବ୍ଳକ ସାମ୍ନାରେ କଂଗ୍ରେସ ଦଳର ଧାରଣା !
ନୂଆଗାଁ :07/07/2021(ରିପୋର୍ଟ : ନିରଞ୍ଜନ ସାହୁ): ସାରା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଏବଂ ଧାନର କ୍ୟୁଣ୍ଟାଲ ପ୍ରତି ଏମ.ଏସ.ପି 2930 ଟଙ୍କାକୁ ବୃଦ୍ଧି କରିବା, ଧାନ କିଣିବା ଟୋକନ ଅବଧିକୁ ଜୁନ 30 ପରିବର୍ତ୍ତେ ଜୁଲାଇ 25 ତାରିଖକୁ ବୃଦ୍ଧି କରିବା, ରବି ଋତୁରେ ସମସ୍ତ ଚାଷୀ ଭାଇଙ୍କୁ ରିହାତି ଦରରେ କୀଟନାଶକ ଔଷଧ ପ୍ରଦାନ ସହ ରାଜ୍ୟ ସରକାର ଧାନକିଣି ନପାରିବାରୁ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ ଆଦି ଦାବି ନେଇ ନୂଆଗାଁ ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ କୋଭିଡ ନିୟମକୁ ମାନି ଧାରଣା ଦେଇଥିବା ଦେଖିବାକୁ ମିଳିଛି।
ସାରା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଆଦି ଦାବି ନେଇ ନୂଆଗାଁ ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ କୋଭିଡ ନିୟମକୁ ମାନି ଧାରଣା ଦେଇଥିବା ଦେଖିବାକୁ ମିଳିଛି। pic.twitter.com/SSE85dGCmP
— Nayagarh khabar (@NayagarhK) July 7, 2021
ନୂଆଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ଅଶୋକ ନାୟକ, ଜିଲ୍ଲା କମିଟିର ସଦସ୍ୟ ଲଡୁ କିଶୋର ଷଡଙ୍ଗୀ, ଏସି ସେଲର ଜିଲ୍ଲା ପ୍ରଭାରୀ ଅଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ନରେନ୍ଦ୍ର ପରିଡା, ଗଙ୍ଗାଧର ମହାପାତ୍ର, ପ୍ରକାଶ ପ୍ରଧାନ, ନିର୍ମଳ ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ଥିଲେ।
More Stories
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଏବଂ ଦୁବାଇ ଗସ୍ତ କାହିଁକି? ଜାଣନ୍ତୁ….
ଆଜିଠାରୁ ଗଣିଆ ବ୍ଲକ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୋଲିଲା ଆଦର୍ଶ ବିଦ୍ୟାଳୟ |