NK NEWS ODISHA

News agency Odisha

ତୈଳ ଓ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ,ବାମଦଳ ସମେତ କଂଗ୍ରେସର ବନ୍ଦ ଡାକରା

Spread the love

ତୈଳ ଓ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ,ବାମଦଳ ସମେତ କଂଗ୍ରେସର ବନ୍ଦ ଡାକରା

ନୟାଗଡ଼ : 15/07/2021 ( ରିପୋର୍ଟ: ରତ୍ନାକର ହୋତା) ସାରା ରାଜ୍ୟରେ ଏବେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବାବେଳେ ,ଓଡ଼ିଶା ର ଅର୍ଥନୀତି ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଖାଇବା ତେଲ ଠାରୁ ଆରମ୍ଭ କରି ପେଟ୍ରୋଲ ,ଡିଜେଲ ,ରନ୍ଧନ ଗ୍ୟାସ୍ ର ଦରଦାମ ବୃଦ୍ଧି କୁ ନେଇ ଓଡ଼ିଶା ର ୪ ଟି ବାମଦଳ ପକ୍ଷ ରୁ ଆଜି ଦଶପଲ୍ଲା ବ୍ଲକ୍ ସାମ୍ନାରେ ,ସକାଳ ୬ ଘଣ୍ଟିକା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟିକା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବାମଦଳ ଗୁଡ଼ିକ ହେଲେ CPI,,CPM,,CPIML,, ଫରୱାର୍ଡ ବ୍ଲକ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବାବେଳେ ଏହି ବାମଦଳ ଗୁଡ଼ିକୁ କଂଗ୍ରେସ ଦୃଢ଼ ସମର୍ଥନ କରି ରାଜରାସ୍ତାକୁ ଓହ୍ଲାଇବା ସହ ଦୋକାନ ବଜାର ବନ୍ଦ କରି ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାର ର ମୁଖ୍ୟ ଛକ ଗୁଡିକରେ ବିକ୍ଷୋଭ ପଦର୍ଶନ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଦଳ ତରଫରୁ ସାଧାରଣ ଲୋକଙ୍କୁ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ଓ ଡିଜେଲ ନ କିଣିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଗଣଧାରଣା ରେ ବାମଦଳ ନେତା କମ୍ରେଡ୍ ଶରତଚନ୍ଦ୍ର ବେହେରା ,କଂଗ୍ରେସ ନେତା ନାରାୟଣ ସାହୁ, ସଚ୍ଚିଦାନନ୍ଦ ନାୟକ ,ଗଣେଶ ଭାଇଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ବାମଦଳ କର୍ମୀ ଯୋଗ ଦେଇଥିଲେ ।

%d