କ୍ରାନ୍ତି ଦିବସ ପାଳନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କ୍ରାନ୍ତି ଦିବସ ପାଳନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

Spread the love
ADVERTISEMENT
ADVERTISEMENT

କ୍ରାନ୍ତି ଦିବସ ପାଳନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ବେଗୁନିଆ : 09/08/2021(ରିପୋର୍ଟ :ପ୍ରମୋଦ କୁମାର ତ୍ରିପାଠୀ): ନିରପେକ୍ଷ ଓ ନିର୍ଭିକ ସାମ୍ବାଦିକତା ଗଣତନ୍ତ୍ରକୁ ମଜଭୁତ କରିଥାଏ l ଏଣୁ ସାମ୍ବାଦିକମାନଙ୍କୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ଅଭିହିତ କରାଯାଏ l ଏହି ମର୍ମରେ ଗତ 9.8.2021କ୍ରାନ୍ତି ଦିବସ ପାଳନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ, ଖୋର୍ଦ୍ଧା, ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ସମ୍ବାଦପତ୍ରର ସାମ୍ବାଦିକ ମାନଙ୍କୁ ଅlଭାସି ପ୍ରଣାଳୀରେ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଖରସ୍ରୋତା ମହାବିଦ୍ୟାଳୟ, ସିଂହପୁରର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ହରିଶ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ପ୍ରାକ୍ତନ ଡେପୁଟି କଲକ୍ଟର କୁମରବର ନାୟକ ଯୋଗ ଦେଇ ଅଗଷ୍ଟ କ୍ରାନ୍ତି ଦିବସର ମହନୀୟତା ଉପରେ ଆଲୋକପାତ କରିବାସହ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନ ଇତିହାସର ପୁନଃ ସ୍ମରଣ କରାଇଥିଲେl

ADVERTISEMENT

ସମ୍ମାନିତ ଅତିଥି ଶ୍ରୀ ନାୟକ ନିଜ ଆଚାର, ବ୍ୟବହାର,ସାହିତ୍ୟ ଓ ପରିବେଶରେ କ୍ରାନ୍ତି ଆଣିବା ପାଇଁ ଆହ୍ୱାନ ଦେଇଥିଲେ l ଭାଷା ପ୍ରତିଷ୍ଠାନର ସଭlପତି ଚକ୍ରଧର ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ରାଜ୍ୟ ସଂଗଠନ ସମ୍ପାଦକ କୈଳାସ ଚନ୍ଦ୍ର ପଟନାୟକ ସମ୍ବର୍ଦ୍ଧନା ସଭାପରିଚାଳନା କରିଥିଲେ ଓ ପ୍ରତିଷ୍ଠାତା ବଳରାମ ତରlଇ ଆଶୀର୍ଵଚନ ଦେବା ସହ ସମ୍ବର୍ଦ୍ଧିତ ସାମ୍ବାଦିକଙ୍କୁ ଅଭିନନ୍ଦନ କରିଥିଲେ l ସମ୍ବର୍ଦ୍ଧନା ପର୍ବରେ ଶ୍ରେଷ୍ଠ ଯୁବ ସାମ୍ବାଦିକ ସମ୍ମାନ 22 ଜଣ, ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ 11ଜଣ, ଶ୍ରେଷ୍ଠ ବରିଷ୍ଠ ସାମ୍ବାଦିକ ସମ୍ମାନ 2ଜଣ,ଯଶସ୍ବୀ ସାମ୍ବାଦିକ ସମ୍ମାନ 3ଜଣ,ଶ୍ରେଷ୍ଠ ବରିଷ୍ଠ ସମ୍ବାଦଦାତା ସମ୍ମାନ 1ଜଣ, ସାମ୍ବାଦିକ ଗୌରବ ସମ୍ମାନ 1ଜଣ, ତଥା ବୈଦେଶିକ ଗଣମlଧ୍ୟମ 6 ଗୋଟିଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା l ପରିଶେଷରେ ସଂଗଠନ ସମ୍ପାଦିକା ଅନସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ l

ସାମ୍ବାଦିକ ଗୌରବ ସମ୍ମାନ – ଶ୍ରୀ ଗଜେନ୍ଦ୍ର କୁମାର ମହାନ୍ତି, ବେଲପାହାଡ, ଝାରସୁଗୁଡା ଜିଲ୍ଲା. ଶ୍ରେଷ୍ଠ ବରିଷ୍ଠ ସାମ୍ବାଦିକ ସମ୍ମାନ-ଶ୍ରୀ ପ୍ରଦ୍ୟୁମ୍ନ କୁମାର ଶତପଥୀ, ବରିଷ୍ଠ ସାମ୍ବାଦିକ, ସ୍ତମ୍ଭ ଲେଖକ,ଭୁବନେଶ୍ୱର, ଶ୍ରୀ ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ, ଶ୍ରେଷ୍ଠ ବରିଷ୍ଠ ସମ୍ବାଦଦାତା ସମ୍ମାନ – ଶ୍ରୀ ଲଲାଟେନ୍ଦୁ ସେନାପତି, ଆଠଗଡ଼, କଟକ, ଯଶସ୍ବୀ ସାମ୍ବାଦିକ ସମ୍ମାନ – ସୁବାଷ ଚନ୍ଦ୍ର ପ୍ରଧାନ, ବେଲପାହାଡ, ଝାରସୁଗୁଡା, ନାଟ୍ୟଶ୍ରୀ ଉପନ ଚରଣ ସାହୁ, ବ୍ରଜରାଜନଗର, ଝାରସୁଗୁଡା, ଚିନ୍ମୟ ଦାଶ, ବାବଲପୁର, ଯାଜପୁର. ବୈଦେଶିକ ଗଣ ମାଧ୍ୟମ – The world star news International, Diramakini, Tanzania, Creative writer, Kenya, Africa World Reports, South Africa, The Lead, Grenada, The Finder, Kenya ଏହି ମାନଙ୍କୁ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା l

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: