ଦୁଇ ଗାଡି ମଧ୍ୟରେ ଧକ୍କା, ଜଣେ ଗୁରୁତର !
ନୟାଗଡ଼: 29/06/2023(ପରିପୋର୍ଟ: ରବିନ୍ଦ୍ର କୁମାର ସାହୁ): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ମଶାବାରୀ ଗ୍ରାମର ମୁଖ୍ୟ ରାସ୍ତା ତାରିଣୀ ମନ୍ଦିର ପାଖରେ ଦୁଇ ଗାଡି ମଧ୍ୟରେ ଧକା ହେବା ଫଳରେ ଜଣେ ମୋଫେଡ଼ ଗାଡି ଚାଳକ ଗୁରୁତର ହୋଇଛନ୍ତି !
ପ୍ରାପ୍ତ ସୂଚନା ଅନୁଯାଇ କୋରପିଠା ଗ୍ରାମର ଲୋଚନ କୁମାର ସାହୁ ନିଜ ପୁଅ ପାଇଁ ଔଷଧ ଆଣିବା ପାଇଁ ନିଜ ମୋଫେଡ଼ ଗାଡି OR0Bx7913 ବାଇକ ଯୋଗେ ଓଡ଼ଗାଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ O D02N0509 ଗାଡିଚାଳକ ସାକେରୀ ପଂଚାୟତ ବାଲିଆଚତରା ଗ୍ରାମର ରମା କାନ୍ତ ଜେନା ନିଜେ ଆସି ଉକ୍ତ ଗାଡିକୁ ଧକ୍କା ଦେଇଥିଲେ, ଯାହା ଫଳରେ ଦୁଇ ଗୋଟି ଗାଡିର ଆଗ ପଟ ସମ୍ପୂର୍ଣ ଭାଙ୍ଗି ଚୁରମାର ହେବା ସହିତ ଲୋଚନ ସାହୁଙ୍କ ବାମ ହାତଟି ଭାଙ୍ଗି ଯାଇଛି, ମୁହଁର ନାକ ପାର୍ଶ୍ଵରେ ଗଭୀର ଆଘାତ ଲାଗିଛି ଓ ଗୋଡ଼ର ପାଦର ତଳ ଅଂଶ ମାଂସ ବାହାରକୁ ବାହାରିଯାଇଛି|
ଖବର ପାଇ ଓଡଗାଁ ପୋଲିସ ଘଟଣା ସ୍ଥଳରେ ପହଂଚି ଦୁଇଟି ଗାଡିକୁ ଜବତ କରି ଥାନକୁ ଆଣିବା ସହିତ ଦୁର୍ଘଟଣାରେ ଆହତ ହୋଇଥିବା ଲୋଚନ ସାହୁଙ୍କୁ ଓଡଗାଁ ଡାକ୍ତରଖାନା କୁ ପଠାଇ ଥିଲେ, ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଦେଇଛନ୍ତି,
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ