ବୟସର ଅପରାହ୍ନରେ ଏକାକୀ ଛାଡି ଚାଲିଗଲେ ସନ୍ତାନ : ଏବେ ବୃଦ୍ଧଙ୍କର ଏକମାତ୍ର ସାହାରା ହେଉଛି ଗାୟତ୍ରୀ ପରିବାର |
ଓଡଗାଁ : 29/10/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ): ମନୁଷ୍ୟର ଯଦି କିଏ ବଡ଼ ଭଗବାନ ଥାଏ, ସିଏ ହେଉଛି ବାପା ଓ ମାଆ | କାରଣ ବାପାମାଆ ନିଜ ସନ୍ତାନକୁ ବଡ଼ କରିବା ପାଇଁ ଅନେକ ଦୁଃଖ କଷ୍ଟ ସହ୍ୟ କରି ସମାଜରେ ସନ୍ତାନ ମାନଙ୍କୁ ଏକ ପରିଚୟ ଦେଉଛନ୍ତି | ନିଜ ଖାଇବାରୁ ବଞ୍ଚେଇ ସନ୍ତାନମାନଙ୍କ ପାଇଁ ସାଇତି ରଖିଥାନ୍ତି | ଯଦି ଜଣେ ପୃଥିବୀର ଆଲୋକ ଦେଖିପାରୁଛି, ତେବେ ତାହାର କାରଣ ହେଉଛି ବାପା ଓ ମାଆ |
ବାପା ମାଆ ସନ୍ତାନମାନଙ୍କ ଅତି ଯତ୍ନ ନିଅନ୍ତି, କାରଣ ବୃଦ୍ଧ ସମୟରେ ସେ ସାହାରା ହେବ | କିନ୍ତୁ ଆଜି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ବୟସର ଅପରାହ୍ନରେ ପହଁଚିଥିବା ଜଣେ ବୃଦ୍ଧଙ୍କ ପାଖରେ |
କାରଣ ଏହି ସମୟରେ ପୁଅ ଝିଅ ପାଖରେ ନାହାନ୍ତି | ବୃଦ୍ଧାବସ୍ଥାରେ ଗାୟତ୍ରୀ ପରିବାର ହିଁ ଏକମାତ୍ର ବରଷା । ଅକ୍ଷମ ବୃଦ୍ଧ ପିତାଙ୍କୁ ପୁଅ ବୋହୁ କରୁଛନ୍ତି ଅବହେଳା | ଏପରି ଏକ ଦୁଃଖର କାହାଣୀ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକର ରଙ୍ଗଣୀପାଟଣା ଗ୍ରାମ ତୋଟା ସାହିରେ ।
ଶାରୀରିକ ଓ ମାନସିକ ଭାବେ ଅକ୍ଷମ ଜଣେ ବୃଦ୍ଧ, ଯିଏ ଏକାକି ନିଜ ଘରେ ପଡି ରହିଛନ୍ତି । ବୃଦ୍ଧ ଜଣଙ୍କର ଏପରି ଶୋଚନୀୟ ଅବସ୍ଥା ସମୟରେ ସାହାରା ହୋଇଛନ୍ତି ଓଡଗାଁ ଗାୟତ୍ରୀ ପରିବାର !
ଗାୟତ୍ରୀ ପରିବାରର ଭାଇ ଓ ଭଊଣୀମାନେ ଏବେ ତାଙ୍କ ସେବା ଓ ଦାୟିତ୍ୱ ନେଇଛନ୍ତି ।
ବୃଦ୍ଧ ଜଣଙ୍କ ହେଉଛନ୍ତି ସୋମନାଥ ଡାକୁଆ | ବୟସ 78 ବର୍ଷ |ବଡପୁଅ ଅବସର ପ୍ରାପ୍ତ ନାଲକୋ ଅଧିକାରୀ । ସେ ବର୍ତ୍ତମାନ ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି । ସାନପୁଅ ଜଣେ ଅବସରପ୍ରାପ୍ତ ସାମରୀକ କର୍ମଚାରି | ହେଲେ ସେ ମୃତ୍ୟୁବରଣ କରିସାରୀଛନ୍ତି । କିନ୍ତୁ ତାଙ୍କ ପତ୍ନୀ ଓ ପରିବାର ଲୋକ ବାହାରେ ରହୁଛନ୍ତି |
ନୟାଗଡ଼ ବେଗୁନିଆ ପାଟଣାରେ ରହୁଥିବା ଝିଅ ବାପା ସୋମନାଥଙ୍କ ଏହିପରି ଅବସ୍ଥାରେ ଛାତି ଚାଲିଗଲେ | ଏବେ କିନ୍ତୁ ଗାୟତ୍ରୀ ପରିବାର ହେଉଚନ୍ତି ସାହାରା | ବଡପୁଅ ଦେବରାଜ ଡାକୁଆ ଓ ସାନପୁଅ ନାରାୟଣ ଡାକୁଆ ମୃତ। ଏପରିକି ଅବସ୍ଥାରେ ବୃଦ୍ଧ ବ୍ୟକ୍ତି ଜଣକ ଅସହାୟ ହୋଇ ପଡିଛନ୍ତି |
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …