Chariot wood is suitable at Bada Raula

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ରଥଯାତ୍ରା ପାଇଁ ବଡ଼ରାଉଳ ପୀଠରେ ରଥକାଠ ଅନୁକୂଳ

Preparations for the world-famous Rathyatra begin today.
Spread the love
ADVERTISEMENT
ADVERTISEMENT

ରଥଯାତ୍ରା ପାଇଁ ବଡ଼ରାଉଳ ପୀଠରେ ରଥକାଠ ଅନୁକୂଳ

ଦଶପଲ୍ଲା :11/01/2022(ରିପୋର୍ଟ : ରତ୍ନାକର ହୋତା): ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଠାରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ନୟାଗଡ଼ଜିଲ୍ଲା ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର 4 ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ,ମହାପ୍ରସାଦ , ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ବନବିଭାଗ ଜରିଆରେ ଏକ ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଁଚିବା ପରେ ଜଗନ୍ନାଥଦଳ ତରଫରୁ ସନ୍ଥସେବକ ଲଳିତ ଦାସଙ୍କ ନେତୃତ୍ୱରେ ନାମସଂକୀର୍ତନ ଦ୍ୱାରା ପାଛୋଟି ନେଇଥିଲେ ।

ADVERTISEMENT

ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ , ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଠାରୁ ନୟାଗଡ଼ ଡିଏଫଓ ଲାଗିମାଳ ଓ ମାହାର୍ଦ୍ଦ ଗ୍ରହଣ କରିଥିଲେ । ନୟାଗଡ଼ ବନଖଣ୍ଡରୁ ରଥକାଠ କଟା ପର୍ବ ଆରମ୍ଭ ହୋଇ ଆଗାମୀ ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମେ ରଥକାଠ ପୁରୀରେ ପହଁଚିଥାଏ ।ସରସ୍ୱତୀ ପୂଜା ଦିନ ରଥ ପାଇଁ ଓଟି 12 ଫୁଟ ଲମ୍ବର ଧଉରା କାଠ ଶ୍ରୀମନ୍ଦିର କାଯ୍ୟାଳୟ ଠାରେ ଅନୁକୂଳ ପୂଜା ହୋଇଥାଏ । ପରେ ଶ୍ରୀରାମନବମୀ ତିଥିରେ କଟକ ଖପୁରିଆ ସ୍ଥିତ କରତକଳରେ ବିଧିବଦ୍ଧ ଭାବେ ରଥକାଠ ଚିରଟ ଅନୁକୂଳ ହୁଏ । ପରେ ଅକ୍ଷୟ ତୃତୀୟା ତିଥିରେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ ।

ସାଧାରଣତଃ ପୂଜାର୍ଚ୍ଚନା ହୋମ କାଯ୍ୟ କରାଯାଇ ଠାକୁରାଣୀଙ୍କ ପିଠରୁ ଆଜ୍ଞାମାଳ ନିଆଯାଇ ରଥ ନିର୍ମାଣ ନିମିତ୍ତ ଧଉରା 385 ଖଣ୍ଡ ,ଅସନ 332 ଖଣ୍ଡ , ସିମିଳି 3 ଖଣ୍ଡ ,ଫାସୀ 72 ଖଣ୍ଡ ପ୍ରଜାତିର ରଥକାଠ ବୁଧବାର ଠାରୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ 3 ରଥ ନିର୍ମାଣ ପାଇଁ 865 ଖଣ୍ଡ କାଠ ଦରକାର ହେଉଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ 80 ଖଣ୍ଡ କାଠ ବଳକା ରହିଛି ।ଚଳିତ ବର୍ଷ ଆଉ 785 ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇଦିଆଯିବ ।

ମା’ ବଡ଼ରାଉଳଙ୍କ ପୀଠରେ ଏହି ପୁଜାର୍ଚନା କାଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ପୌରହିତ କରିଥିବା ବେଳେ ଦଶପଲ୍ଲା ବନାଂଚଳ ଅଧିକାରୀ ନିଖିଲେଶ ମଲ୍ଲିକ , ଗଣିଆ ରେଞ୍ଜର ସୋନାଲି ସିଓ , ଛାମୁଣ୍ଡିଆ ରେଞ୍ଜରଙ୍କ ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: