ଏଣିକି ପ୍ରଶ୍ନକାଳ ସମୟରେ ହୋହାଲ୍ଲା କରିପାରିବେନି ବିଧାୟକ: ଜାଣନ୍ତୁ କ'ଣ ରହିଛି ନିୟମ … - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଏଣିକି ପ୍ରଶ୍ନକାଳ ସମୟରେ ହୋହାଲ୍ଲା କରିପାରିବେନି ବିଧାୟକ: ଜାଣନ୍ତୁ କ’ଣ ରହିଛି ନିୟମ …

Can't make a fuss during this time of questioning MLA: Find out what the rules are
Spread the love
ADVERTISEMENT
ADVERTISEMENT

ଏଣିକି ପ୍ରଶ୍ନକାଳ ସମୟରେ ହୋହାଲ୍ଲା କରିପାରିବେନି ବିଧାୟକ: ଜାଣନ୍ତୁ କ’ଣ ରହିଛି ନିୟମ …

ଭୁବନେଶ୍ୱର:23/11/2021(ବ୍ୟୁରୋ): ବିଧାନସଭାରେ ଗୃହ କାର୍ଯ୍ୟ ପରିଚାଳନାରେ କେତେକ ନୂଆ ନିୟମ ପ୍ରସ୍ତୁତ ହୋଇଛି। ପ୍ରଶ୍ନକାଳ ସମୟରେ ଏବଂ ରାଜ୍ୟପାଳ ଭାଷଣ ଦେଉଥିବା ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ଏ ନଷ୍ପତି ସିମଲାରେ ବସିଥିବା ସବୁ ରାଜ୍ୟର ବାଚସ୍ପତିଙ୍କ ବୈଠକରେ ଏହି ନିଆଯାଇଛି ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ADVERTISEMENT

ବିଧାନସଭାର ଆସନ୍ତା ଅଧିବେଶନ ପୂର୍ବରୁ ହେବାକୁ ଥିବା ସର୍ବଦଳୀୟ ବୈଠକରେ ଏ ନେଇ ସମସ୍ତଙ୍କୁ ଅବଗତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଡିସେମ୍ବର ପହିଲାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ 29 ତାରିଖରେ ସର୍ବଦଳୀୟ ବୈଠକ ହେବ। ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ ହେବ। କେଉଁ ଦିନ କାହାର ଟେଷ୍ଟ ହେବ, ଆସନ୍ତା 25 ତାରିଖରେ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସେପଟେ ବିଧାନସଭାରେ ହୋହାଲ୍ଲା ମନା ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘ବିଧାନସଭାରେ ଆମେ ଚୁପ୍‌ ରହିବୁ ନାହିଁ। ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିବୁ। ବିଧାନସଭାରେ ହୋହାଲ୍ଲା କରିପାରିବୁ ନାହିଁ ବୋଲି କେଉଁ ଆଇନରେ ଅଛି ? ବିରୋଧୀ ଦଳ ତାର ଭୂମିକା ପାଳନ କରିବ, ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିବ।’

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: