ବ୍ରେକିଙ୍ଗ ନିୟୁଜ :ବାର୍ହା ଶିକାର ପାଇଁ ବିଛାଯାଇଥିବା ବିପୁଳ ପରିମାଣର ବିଦ୍ୟୁତ ତାର ଜବତ୍
ଦଶପଲ୍ଲା 🙁 ରିପୋର୍ଟ :ରତ୍ନାକର ହୋତା): ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ଗ୍ରାମପଂଚାୟତ ଅନ୍ତର୍ଗତ ବେଲଢିପ ବୃତ୍ତଂଗ ନଦୀ ନିକଟରୁ, ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିପୁଳ ପରିମାଣର, ବିଦ୍ୟୁତ ତାର ଓ ଖୋଲା ଜି.ଆଇ ତାର ଜବତ୍ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ରାତି 10 ସମୟରେ ଦଶପଲ୍ଲା ବିଦ୍ୟୁତ ବିଭାଗ, ବିଶ୍ବସ୍ଥ ସୁତ୍ରରୁ ଖବର ପାଇ,ବାଣୀଗୋଛା ବନବିଭାଗ ( ବନ୍ୟପ୍ରାଣୀ ) ସହାୟତାରେ ଚଢ଼ଉ କରି ବାର୍ହା ଶିକାର ପାଇଁ ବ୍ୟବହାର କରାଯାଉଥିବା ବିପୁଳ ପରିମାଣର ତାର ଜବତ୍ କରାଯାଇଛି । ଖବର ଲେଖାଯିବା ସୁଦ୍ଧା ମିଳିତ ଚଢ଼ାଉ ଜାରି ରହିଛି ।
ପ୍ରକାଶ ଅଛିକି, ଦଶପଲ୍ଲା ବ୍ଲକ ଟାକରା ଘାଟି ନିକଟରେ ଏକ ଅଜଣା ବ୍ୟକ୍ତିର ମୃତଦେହକୁ ଗ୍ରାମବାସୀମାନେ ମାନେ ଠାବ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ, ଜଙ୍ଗଲରୁ ବାରହା ଶିକାର ପାଇଁ ଶିକାରୀମାନେ ଉଚ୍ଚଶକ୍ତି ସମ୍ପର୍ଣ୍ଣ 11କେ ଭି ବିଦ୍ୟୁତ ତାରରୁ ହୁକ ପକାଇ ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ଲମ୍ବ ଭାବରେ ବିଛାଇ ଥିଲେ । ଭୋର୍ ସମୟରେ ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ଗଉଡ଼ ସାହିର 30 ବର୍ଷୀୟ ନୀଳମଣି ବେହେରା ( କାଳିଆ ) ପି – ଉଦ୍ୟନାଥ ବେହେରା ଜାଳକାଠ ସଂଗ୍ରହ ପାଇଁ ଉକ୍ତ ସ୍ଥାନକୁ ଗଲାବେଳେ, ବିଦ୍ୟୁତ ତାର ସଂସ୍ପର୍ଶରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଜାଳକାଠ ବିକ୍ରି କରି ନିଜ ପରିବାର ଚଳାଉଥିବା ଜଣାଯାଇଛି ।
ଆହୁରି ମଧ୍ୟ ପଢନ୍ତୁ : ଟାକରା ଘାଟିରେ ଅଜଣା ମୃତଦେହ !
ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ !
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!